ସାହିତ୍ୟ ସଂସଦର ଶାରଦୀୟ ଆସର ଅନୁଷ୍ଠିତ

Spread the love

ବାଲେଶ୍ୱର, (ନାଗରାଜ ନ୍ୟୁଜ): କୁନ୍ତଳା କଲ୍ୟାଣୀ ସାହିତ୍ୟ ସଂସଦର ଶାରଦୀୟ ଆସର ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି ସୁଦାମ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆସରରେ ମୁଖ୍ୟ ଅତିଥିଭାବେ ବରିଷ୍ଠ କବି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ । ସମ୍ମାନିତ ଅତିଥିଭାବେ ସୋର ଉପେନ୍ଦ୍ର ନାଥ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡା. ଶରତ ଚନ୍ଦ୍ର ମହାନ୍ତି, ବରିଷ୍ଠ ନାରୀ କବି ଶ୍ରଦ୍ଧାଞ୍ଜଳି ରାୟ,ବର୍ଷିୟାନ କବି ଅନାଦି ଚରଣ ଜେନା ଓ ଶ୍ୟାମସୁନ୍ଦର ପ୍ରଧାନ ଯୋଗ ଦେଇଥିଲେ । କବିତା ଦୁଃଖର କଷଟି ପଥରେ ଘସି ଘସି ସୁନାର ଦୁନିଆଟିଏ ଗଢିଥାଏ ବୋଲି ମୁଖ୍ୟ ଅତିଥି ପ୍ରକାଶ କରିଥିଲେ ।

ସଂସଦର ସମ୍ପାଦକ ଲମ୍ବୋଦର ନନ୍ଦ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ କବିତା ପାଠର ଆୟୋଜନ ହୋଇଥିଲା । ଶଶିକାନ୍ତ ଦାସ ଓ କଳ୍ପନା ପାଢୀ କବିତା ସଂଯୋଜନା କରିଥିଲେ । ସମୀକ୍ଷା କରିଥିଲେ ଚକ୍ରଧର ପାଢୀ । ଏଥିରେ କପିଳ ଚନ୍ଦ୍ର ଦାସ,ନାରାୟଣ ଚନ୍ଦ୍ର ପ୍ରଧାନ,ପ୍ରତିମା ପଣ୍ଡା,ଶ୍ରୀଧର ପତ୍ରୀ,ରାଜାରାଣୀ ଜେନା,ଦେବେନ୍ଦ୍ର ପ୍ରସାଦ ରାଉତ, ଶ୍ରୀକଣ୍ଠ ପଟ୍ଟନାୟକ, ରତ୍ନାକର ପଣ୍ଡା, ବସନ୍ତ କୁମାର ଦାସ, ସୋମନାଥ ବିଶ୍ୱାଳ, ସରସ୍ୱତି ପରିଡା, ଗଗନ ବିହାରୀ ପଣ୍ଡା, ପଦ୍ମନାଭ ମିଶ୍ର, ହରିହର ଦାସ, ମହେନ୍ଦ୍ର ଦାସ, ପଦ୍ମଲୋଚନ ଦାସ ଓ ସଂକୀର୍ତ୍ତନ ପଣ୍ଡା ପ୍ରମୁଖ କବିମାନେ ଉପସ୍ଥିତ ଥିଲେ । କଲ୍ୟାଣୀ ପଣ୍ଡା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ମହେଶ୍ୱର ପଟ୍ଟନାୟକଙ୍କ ଧନ୍ୟବାଦ ପରେ ଆସର ଶେଷ ହୋଇଥିଲା ।

Leave a Reply

Your email address will not be published. Required fields are marked *