ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆଦିବାସୀ ମେଳି

Spread the love

ପାଟଣାଗଡ, (ନାଗରାଜ ନ୍ୟୁଜ): ପାଟଣାଗଡ ବ୍ଲକର ଖୁଣ୍ଟସମଲାଈ ବଜାର ପ୍ରାଙ୍ଗଣରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆଦିବାସୀ ମେଳି ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଆଦିବାସୀ ଝାଙ୍କର ଦେହେରୀ ଆଦିବାସୀ ଦେବାଦେବୀ ଶବରୀ ନାରେନ, ବୁତାଦେଓ ଜଡେନ ସମଲେଇ , ବିନ୍ଧ୍ୟବାସିନୀ, ମାରାନବୁରୁ ଓ ଧରଣୀଦେବୀଙ୍କୁ ପୂଜାର୍ଚ୍ଚନା କରି ନୂଆଖାଇ ଭେଟଘାଟ ଉତ୍ସବ ପାଳିତ ହୋଇଥିଲା । ଗାଁରେ ଆଦିବାସୀଙ୍କ ନୃତ୍ୟ, ଗୀତ, ତାପ ଓ ଡକା ବାଦ୍ୟ ସହିତ ଏକ ବର୍ଣ୍ଣାତ୍ୟ ସାଂସ୍କୃତିକ ଶୋଭାଯାତ୍ରା ହୋଇଥିଲା । ପରେ ଏକ ସଭା ସଂଘର ବ୍ଲକ ସମ୍ପାଦକ ସାରଥି ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ସଭାରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶି, ଜିଲ୍ଲା ସମ୍ପାଦକ ମହେନ୍ଦ୍ରନାଥ ହାନ୍ସଦା, ବ୍ଲକ ସଭାପତି ସନ୍ତୋଷ ପୁଟା, କାର୍ୟ୍ୟକାରୀ ସଭାପତି ବନଲତା ମାଝି, ସମ୍ପାଦକ ଟଙ୍କଧର ଧରୁଆ, ରାଜକିଶୋର ଛତ୍ରିଆ ,ମନବୋଧ ବରିଆ , ଖୁଣ୍ଟ ସମଲାଇ ଗୋନ୍ତିଆ, ନିର୍ବିଘ୍ନ ଭୋଇ, ଜଳଧର ଧରୁଆ, ସୁନୀଲ ମାଝି , ଭୁବନ ମାଝି , ନିତ୍ୟାନନ୍ଦ ମାଝି, ଧୁବଲେଶ୍ଵର ଭୋଇ, ଡମ୍ବରୁ ଧରୁଆ, ଜତନ ବୁଡେକ, ଠାକୁର ଭୋଇ, ନଲକୁ ଧରୁଆ, ଦୁର୍ୟୋଧନ ଭୋଇ, ଦନାର ଭୋଇ, ଘନ ଭୋଇ, ଇଶ୍ଵର ମିର୍ଦ୍ଧା ଓ ଦୁଖନାଶନ ବିଶ୍ଵାଳ ପ୍ରମୁଖ ମଞ୍ଚାସୀନ ଥିଲେ । ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ ।

 

Leave a Reply

Your email address will not be published. Required fields are marked *