ସରିଲା କଳାହାଣ୍ଡି କପ, ଫାଇନାଲ ଟ୍ରଫି ହାଲେଇଲା କଟକ-ଏ

Spread the love

କଟକ, (ନାଗରାଜ ନ୍ୟୁଜ ): ସରିଲା କଳାହାଣ୍ଡି କପ । ଫାଇନାଲରେ ବାଜି ମାରିନେଲା କଟକ ଏ । ଦୁଇ ଦିନ ଧରି ଜାରି ରହିଥିବା ଏହି ରୋମାଞ୍ଚକର ଫାଇନାଲରେ କଟକ ଏ ୮୨ ରନରେ ବିପକ୍ଷ ଇଷ୍ଟ କୋଷ୍ଟ ରେଳବାଇକୁ ହରାଇ ହାତେଇଛି ଫାଇନାଲ ଟ୍ରଫି । ତେବେ ୮ ସେପ୍ଟେମ୍ବରରୁ ଆରମ୍ଭ ହୋଉଥିବା ଏହି ମେଗା ପ୍ରତିଯୋଗିତା ଆଜି ଶେଷ ହୋଇଛି । ଭିଜନ ୨୦୨୪ କୁ ଆଖି ଆଗରେ ରଖି ଓସିଏ ନୂଆ ଯୋଜନା ସହ ଚଳିତବର୍ଷ କଳାହାଣ୍ଡି କପ ଆୟୋଜନ କରିଥିଲା । ତେବେ ଆଜିର ଉଦଯାପନି ଦିବସରେ କ୍ରୀଡା ମନ୍ତ୍ରୀ ଉପସ୍ଥିତ ରହି ଉଭୟ ଦଳର ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଆଗାମୀ ଦିନରେ କିପରି ଓସିଏ ଉଚ୍ଚ କୋଟିର କ୍ରିକେଟର ତିଆରି କରି ପାରିବ ସେ ଦିଗରେ ଦୃଷ୍ଟି ଦିଆଯିବା ନେଇ ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ।

Leave a Reply

Your email address will not be published. Required fields are marked *