ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ବେଗୁନିଆ ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତି ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ତାପସ ପରିଡ଼ା ଙ୍କ ନିର୍ଦ୍ଦେଶରେ ନୀଳଗିରି ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ଧିରେନ୍ଦ୍ର କୁମାର ଲେଙ୍କା ଙ୍କ ନେତୃତ୍ବରେ ବେଗୁନିଆ ଗ୍ରାମ ପଞ୍ଚାୟତ ଅଧୀନ ତୋଟାପଡା ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଉକ୍ତ ଶିବିର କୁ ବିଜୁ ଜନତା ଦଳ ର ବିଧାୟକ ପ୍ରାର୍ଥୀ ସନ୍ତୋଷ ଖଟୁଆ ଭାଇ ଉଦଘାଟନ କରିଥିଲେ , ଏଥିରେ ୩୫ ଜଣ ସହୃଦୟ ବ୍ୟକ୍ତି ରକ୍ତ ଦାନ କରିଥିଲେ, ତାଙ୍କ ସହିତ ନୀଳଗିରି ୧୩ନଂଜୋନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ , ନୀଳଗିରି ନିର୍ବାଚନ ମଣ୍ଡଳୀ ସଭାପତି ରାଜୁ ସ୍ଵାଇଁ, ବିଜୁ ଯୁବ ଜନତା ଦଳ ଜିଲ୍ଲା ଯୁଗ୍ମ ସମ୍ପାଦକ ମନୋରଞ୍ଜନ ଦାସ,ବିଜୁ ଯୁବ ଜନତା ଦଳ ଡିଜିଟାଲ ସେକ୍ରେଟାରୀ ଅସିତ୍ କୁମାର ଦାଶ, ବେଗୁନିଆ ବିଜୁ ଜନତା ଦଳର ପ୍ରଦୀପ ଦାସ, ବିଜୁ ଯୁବ ଜନତା ଦଳର ସଭାପତି ସୁଶାନ୍ତ ନାୟକ, ରାହୁଲ ପ୍ରଧାନ,ପ୍ରଭାତ ମାଝୀ, ତପନ ଦାସ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ବାଲେଶ୍ବର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *