ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Spread the love

ଆଠମଲ୍ଲିକ, (ନାଗରାଜ ନ୍ୟୁଜ ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଞ୍ଚାୟତର ଯୁବ ବିଜେଡି ଆନୁକୂଲ୍ୟରେ ଆମ୍ବସରମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ଅବସରରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ୟ୍ୟକ୍ରମରେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଫୋଟ ଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ଶିବିରକୁ ଉଦଘାଟନ କରିଥିଲେ ।

ସରପଞ୍ଚ ମହେଶ୍ୱର ଦେହୁରୀ, ବିଜେଡି ବ୍ଲକ ସଭାପତି ବୃନ୍ଦାବନ ସାହୁ, ସମିତି ସଭ୍ୟ ଶଶାଙ୍କ ଶେଖର ପ୍ରଧାନ, ଯୁବ ନେତା ଦୁଃଶାସନ ନାୟକ, ଚୌଧୁରୀ ଚରଣ ସାଏ, ରାଜେଶ କୁମାର ପ୍ରଧାନ, ତାପସ ପ୍ରଧାନ, ପ୍ରଭାକର ପ୍ରଧାନ, ଜେନାମଣୀ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ ଓ ସୁଶାନ୍ତ ଦାସ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଆଠମଲ୍ଲିକ ମେଡିକାଲରେ ଡାକ୍ତରୀ ଦଳ ଡା. ନନ୍ଦନ ପଣ୍ଡା, ଏଲଟି ବିମଳ କୁମାର ପ୍ରଧାନ, ଡବ୍ଲୁ/ଏ ସୁବ୍ରତ କୁମାର ସାହୁ, ସାଇତମ ବେହେରା, ରେଜିଷ୍ଟର ବିକାଶ ସାହୁ ଓ ବଦ୍ରୀନାଥ ମହାନ୍ତିଙ୍କ ସହାୟତାରେ ୫୮ ୟୁନିଟ ରକ୍ତ ସଂଗ୍ରହ କରାଯାଇ ଥିଲା । ମଦନମୋହନ ବିଶ୍ୱାଳ, ରଜନୀକାନ୍ତ ପ୍ରଧାନ, ତ୍ରୈଲୋକ ସୁନ୍ଦର ଗଡ଼ନାୟକ, ଜିତେନ୍ଦ୍ର ସାହୁ, ସଚିତା ନନ୍ଦ ନାୟକ, ପ୍ରକାଶ ବିଶ୍ୱାଳ, ଦିପୁନ ନାୟକ, ପ୍ରଭାସ ନାୟକ, ସୌମ୍ୟରଞ୍ଜନ ମିଶ୍ର, ସୁଶାନ୍ତ କୁମାର ନାୟକ, ସୁଧାକର ବିଶ୍ୱାଳ, ଜିତେନ୍ଦ୍ର ସାହୁ ଓ ପ୍ରମୋଦ କୁମାର ନାୟକଙ୍କ ସହଯୋଗରେ ଉକ୍ତ ଶିବିର ପରିଚାଳନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *