ପୁରୀରେ ଲୋକାର୍ପିତ ହେଲା ‘ ପ୍ରଜାପତିର ଡେଣାରେ ଲେଖା କବିତା’ କବିତା ସଙ୍କଳନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ସ୍ଥାନୀୟ ଚକ୍ରତୀର୍ଥ ରୋଡ଼ ୟୁଥ ହଷ୍ଟେଲ ଠାରେ ପକ୍ଷୀଘର ପ୍ରକାଶନୀ ତରଫରୁ ପ୍ରକାଶିତ କବି ଦେବୀପ୍ରସାଦ ରଚିତ କବିତା ସଂକଳନ”ପ୍ରଜାପତିର ଡେଣାରେ ଲେଖା କବିତା’ ସଙ୍କଳନ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବନୋଜ ତ୍ରିପାଠୀ ସଭାପତିତ୍ୱ କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଟିକାୟତରାୟ,ପଣ୍ଡିତ ସଚ୍ଚିଦାନନ୍ଦ ମହାପାତ୍ର, ବିଶିଷ୍ଟ କଥାଶିଳ୍ପୀ ଡକ୍ଟର ଅଜୟ ସ୍ୱାଇଁ ପ୍ରିୟପତ୍ରର ସମ୍ପାଦକ ବିପିନିବିହାରୀ ଦଳାଇ କହିଲେଯେ କବିତା ସବୁବେଳେ ମଣିଷ ମନର କଥାକହିଥାଏ। କର୍ମମୟ ଜଞ୍ଜାଳ ଭିତରେ କେବେ କାହା ହାତରେ କବିତା ବହି ଖଣ୍ଡେ ପଡିଗଲେ ନିଜର କଥା ଓ ସମାଜର କଥା ଜାଣିପାରିବାର ସୁଯୋଗ ପାଇଥାଏ। ଏହି କାର୍ଯ୍ୟକ୍ରମରେ ବିପିନିବିହାରି ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *