ଡ୍ରାଇଭର ମହାସଂଘଙ୍କ ସ୍ଟେରିଙ୍ଗି ଛାଡ଼ ଆନ୍ଦୋଳନର ଆଲୋଚନା ସଭା ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ପଞ୍ଚାୟତରେ ଥିବା ଡ୍ରାଇଭର ମହାସଂଘର ଏକ ଜରୁରୀକାଳୀନ ବୈଠକ ଦଲା୍ର ଗ୍ରାମ ଠାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ଡ୍ରାଇଭର ମାନଙ୍କ ଦାବି ପୁରଣ ପାଇଁ ଦେଇ ଥିବା ଧାର୍ଯ୍ୟ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ କୈାଣସି ଦାବି ପୁରଣ କରିନାହାନ୍ତି । ତେଣୁ ମହାସଂଘ ର ରାଜ୍ୟ ସ୍ତରରେ ଥିବା ଉଚ୍ଚ ଅଧିକାରୀ (ପଞ୍ଚ ପାଣ୍ଡବ) ଙ୍କ ନିର୍ଦ୍ଦେଶରେ ପୂଜା ପରେ ଯେ କୌଣସି ମୁହୂର୍ତ୍ତରେ ଷ୍ଟେରିଂ ଛାଡ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରହିବା ସଂପର୍କରେ ଆଲୋଚନା କରିବା ସହ ପ୍ରତି ଗ୍ରାମ ପଞ୍ଚାୟତ ରେ ଏହିପରି
ଵୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି । ଉକ୍ତ ବୈଠକରେ ଗଁନ୍ଦିଆ ବ୍ଲକ ଡ୍ରାଇଭର ର ସଂପାଦକ ପ୍ରମୋଦ କୁମାର ସାହୁ ସହ ସଂପାଦକ ସୁବାଷ ଚନ୍ଦ୍ର ସାହୁ ସମେତ ମନ୍ଦାର ପଞ୍ଚାୟତ ର ସଭାପତି , ସଂପାଦକ, କୋଷାଧ୍ୟକ୍ଷ ମାନଙ୍କ ସହ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *