ବିଧାୟକ ଓ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବନ୍ଧୁମିଳନ ଅନୁଷ୍ଠିତ

Spread the love

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁପାରି ସ୍ଥିତ ସିମୁଳିଆ ଖଇରା ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଙ୍କର ଭଡା ଘରେ ଖଇରା ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସାମ୍ବାଦିକ ମାନେ ସବୁବେଳେ ରାଜନୀତି ରୁ ଉର୍ଦ୍ଧ ରେ ରହି ତାଙ୍କ କଲମ ମୁନ ଚାଲିବା ଆବଶ୍ୟକତା ଅଛି ।ସାମ୍ବାଦିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ସେମାନେ ସାଧାରଣ ଜନତା ଓ ନେତା ମଧ୍ୟରେ ସେତୁ ଭଳି କାମ କରିଥାନ୍ତି ବୋଲି ବିଧାୟକ ଶ୍ରୀ ପାଣିଗ୍ରାହୀ ପ୍ରକାଶ କରିଛନ୍ତି ।ଶେଷରେ ସାମ୍ବାଦିକ ମାନଙ୍କୁ ଉତୋରି ଓ ଗଛ ଚାରା ଦେଇ ସମ୍ବର୍ଦ୍ଧିତ କରିଥିଲେ ।ଏଥିରେ ଖଇରା ଅଞ୍ଚଳରେ କାର୍ଯ୍ୟ ରତ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *