ଶନିବାର, ରବିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ ସରକାରୀ ବିଜ୍ଞପ୍ତି ପ୍ରକାଶ

Spread the love

ଭୂବନେଶ୍ବର: ଆଜିଠାରୁ ଶନିବାର ଓ ରବିବାରକୁ ଛାଡି ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀ କାର୍ଯ୍ୟରେ ଯୋଗ ଦେବେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେହେତୁ ଶେଷ ବର୍ଷ ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଗୋଟିଏ ପରେ ଗୋଟିଏ କରିବାକୁ ପଡିବ । ସରକାରୀ ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ଆଜିଠୁ ସମସ୍ତ କାର୍ଯ୍ୟ ଦିବସରେ ଯୋଗଦେବାକୁ କୁହାଯାଇଛି । ସମସ୍ତ କର୍ମଚାରୀ ପୂର୍ବଭଳି କାର୍ଯ୍ୟରେ ଯୋଗ ଦେବେ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ନିର୍ଦ୍ଦେଶ ଦେଇଛନ୍ତି । କେବଳ ଶନିବାର ଓ ରବିବାର ଅଫିସ ବନ୍ଦ ରହିବ ।

ଏପ୍ରିଲ ୧୯ରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶିକ୍ଷାଦାନ ତଥା ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ପ୍ରବର୍ତ୍ତିତ ୫୦ ପ୍ରତିଶତ ଉପସ୍ଥାନକୁ ପ୍ରତ୍ୟାହାର କରି ନିଆଯାଇଛି। ଏକାଡେମିକ୍ ବର୍ଷର ବିଳମ୍ବ ହେତୁ ଏହି ଛାତ୍ରମାନେ ମଧ୍ୟ ଅଧିକ କଷ୍ଟ ପାଇବେ ନାହିଁ, ସେଥିପାଇଁ ୫୦ ପ୍ରତିଶତ ରୋଷ୍ଟର ଆଟେଣ୍ଡାଣ୍ଟ ସିଷ୍ଟମ ପ୍ରତ୍ୟାହାର କରି ନିଆଯାଇଛି ବୋଲି ସୂଚନା ଦିଆଯାଇଛି । କରୋନା ପ୍ରୋଟୋକଲ ଯେପରିକି ଫେସ୍ ମାସ୍କ, ହ୍ୟାଣ୍ଡ୍ ସାନିଟାଇଜେସନ, ସାମାଜିକ ଦୂରତା କଡାକଡି ପାଳନ କରାଯିବା ଆବଶ୍ୟକ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave a Reply

Your email address will not be published. Required fields are marked *