ବୁଲା ଷଣ୍ଢ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗତକାଲି ଗଁଦିଆ ଅଂଚଳରେ ଏକ ଅଭାବନୀୟ ଦୁଃଖତ ଘଟଣା ଘଟିଯାଇଛି ଗତ କାଲି ପିଙ୍ଗୁଆ ଅଞ୍ଚଳରୁ ଜଣେ ବ୍ୟକ୍ତି ନିଜର କିଛି କାମ ପାଇଁ ଗଁଦିଆକୁ ଆସିଥିଲେ,ଗତକାଲି ଅପରାହ୍ନ୨,୩୦ରୁ୩ଟା ମଧ୍ୟରେ ସେ ବ୍ଲକ ଷ୍ଟାଣ୍ଡ ଠାରେ ଠିଆ ହୋଇଥିବା ବେଳେ ଏକ କସରା ରଙ୍ଗର ବୁଲା ଷଣ୍ଢ ହଟାତ ତାଙ୍କୁ ଆକ୍ରମଣ କରିଥିଲା ଓ ତାଙ୍କୁ ନିଜର ଶିଙ୍ଗରେ ଟେକି ତଳେ କଚାଡି ଦେଇଥିଲା ତାଙ୍କର ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ତୁରନ୍ତ ତାଙ୍କୁ ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅମ୍ବଲାନ୍ସ ରେ ନିଆଯାଇଥିଲା ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତୁରନ୍ତ କଟକ ବଡ଼ ମେଡିକାଲ କୁ ପଠା ଯାଇଥିଲା ଉକ୍ତ ଆହତଙ୍କର ପରିଚୟ ମିଳିନଥିବାର ଜଣାଯାଇଛି ଉକ୍ତ ବୁଲା ଷଣ୍ଢଟି ପୂର୍ବରୁ ମଧ୍ୟ କେତକ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିବାର ଜଣାଯାଇଛି, ଏ ନେଇ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *