କଟକ କଲେଜଛକ ଠାରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ

Spread the love

କଟକ, (ନାଗରାଜ ନ୍ୟୁଜ ): ଓଡିଶା ସେଲ୍ସ ରିପ୍ରେଜେନଟେଟିଭ ୟୁନିଅନ ପକ୍ଷରୁ ଔଷଧ ଶିଳ୍ପ ତଥା ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ସଂଗଠନ ର ବିଭିନ୍ନ ଦାବି ଗୁଡିକ ଯଥା ଔଷଧ ର ମୂଲ୍ୟ ବୃଦ୍ଧି ଉପରେ ରୋକ ଲଗାଇବା, ସୁଲଭ ମୂଲ୍ୟ ରେ ଔଷଧ ଉତ୍ପାଦନ କରିପାରିବାର କ୍ଷମତା ଥିବା ସମସ୍ତ ସରକାରୀ ଔଷଧ ପ୍ରତିଷ୍ଠାନ ଗୁଡିକର ପୁନଃ ଉଦ୍ଧାର କରିବା, ଔଷଧ ଶିଳ୍ପ ରେ ପ୍ରଚଳିତ ସମସ୍ତ ଅନୀତି ବିରୁଦ୍ଧରେ କଡା କାନୁନ ଲାଗୁକରିବା, ଔଷଧ ଉପରେ ପ୍ରଚଳିତ ସମସ୍ତ ଟିକସ ବ୍ୟବସ୍ଥା କୁ ଉଠାଇ 0% GST ଲାଗୁ କରିବା ଆଦି ଦାବି ଗୁଡିକ ଆଧାର କରି ରାଜ୍ୟ ବ୍ୟାପି ‘ଯାଥା’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, କଟକ କଲେଜଛକ ଠାରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା I ଓଶ୍ରୁ ର ସଭାପତି ମହେନ୍ଦ୍ର କୁମାର ସାହୁ ପତାକା ଦେଖାଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟ ବ୍ରତ ମହାପାତ୍ର ସିଟୁ ର ମନମୋହନ ପତି, ଆଶୁତୋଷ ଦାସ, ଭସ୍କାର ମିଶ୍ର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ଲକ୍ଷ୍ମୀ ନାରାୟଣ ରାଉତ, ଦିଲୀପ ମହାରଣା, ସୌଭାଗ୍ୟ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାର ଙ୍କ ଉଦେଶ୍ୟ ରେ ଓଶ୍ରୁ ର ଦାବି ଗୁଡିକ ଉପରେ ଆଲୋକ ପାତ କରିଥିଲେ I ଶେଷରେ ରାଜ୍ୟ ସଭାପତି ମଳୟ ନିଶିଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *