ରେଭେନ୍ସା ବିଶ୍ୱବିଦ୍ୟାଳୟ ପକ୍ଷରୁ ନାରୀ ଶିକ୍ଷା ଓ ସୁରକ୍ଷା ଉପରେ ସଚତନେତା କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜିର ସମାଜରେ ନାରୀ ଶିକ୍ଷା ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅବସରରେ ଆଜି ରେଭେନ୍ସାବିଶ୍ୱବିଦ୍ୟାଳୟ ପକ୍ଷରୁ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏକ ସେମିନାର କାର୍ଯ୍ୟକ୍ରମ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସୋରିଶିଆପଦା ଗ୍ରାମ ପଂଚାୟତଠାରେ ଅନୁଷ୍ଠିତ ହୋଇଯାଇଛି ପ୍ରଥମେ ଉକ୍ତ ସେମିନାରରେ ଅଂଶ ଗ୍ରହଣ କରି ଥିବା ଶିକ୍ଷା ବିଭାଗର ଛାତ୍ରଛାତ୍ରୀ ମାନେ ଅଧ୍ୟାପକ ଡ଼ ଅଜୟ କୁମାର ମହାନ୍ତି,ଦଧିବାମନ ଟାଲୀ ଓ ଅଧ୍ୟାପିକା ନିହାରବାଳା ମାଝୀ ଙ୍କ ପ୍ରତେକ୍ଷ ତତ୍ୱବଧାନରେ ପଂଚାୟତ କାର୍ଯ୍ୟାଳୟ ଠାରୁ ହାତରେ ବିଭିର୍ଣ ପ୍ଲାକାର୍ଡ ଯଥା -କନ୍ୟା ଭୃଣ ହତ୍ୟା ବନ୍ଦ, ଶିକ୍ଷା କ୍ଷେତ୍ରରେ ନାରୀକୁ ଆଗ୍ରାଧିକାର ପ୍ରଦାନ, ପୁଅ ଝିଅ ମଧ୍ୟରେଥିବା ପାତର ଅନ୍ତର କୁ ଅନ୍ତ କରିବା,ନାରୀକୁ ସୁରକ୍ଷା ପ୍ରଦାନ, ଘରୋଇ ହିଂସା ବନ୍ଦ କରିବା, ନାରୀ ନିର୍ଯ୍ୟାତନା ବନ୍ଦ କରିବା, କନ୍ୟା କୁ ଏକ ରତ୍ନ ଭାବିବା, ନାରୀ ହେଲେ ପାଠୋଇ ଦେଶ ଯିବ ଆଗେଇ,ଲେଖା ଥିବା ଧରି ନାରୀ ଶିକ୍ଷା ଓ ସୁରକ୍ଷା ଉପରେ ବିଭିର୍ଣ ସ୍ଲୋଗାନ ଦେଇ ନିକଟସ୍ଥ ସୋରିଶିଆପଦା ଗ୍ରାମ ପରିକ୍ରମା କରିଥିଲେ, ଏହାପରେ ହାଇସ୍କୁଲ ପରିସରରେ ନାରୀ ସଚେତନତା ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚନା ପୁହାନ,ମୁଖବକ୍ତା ଭାବେ ଗଁଦିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ,ସମ୍ମାନିତ ଅତିଥି ଭାବେ ଗଁଦିଆ ପଞ୍ଚାୟତ ସମିତି ଅଧକ୍ଷା ରିନାରାଣୀ ଖଟୁଆ,ଗଁଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ,ସରପଞ୍ଚ ପ୍ରଦୀପ କୁମାର ରାଉତ,ଅଧ୍ୟାପକ ଅଜୟ କୁମାର ମହାନ୍ତି,ଅଧ୍ୟାପିକା ନିହାରବାଳା ମାଝୀ,ପ୍ରଧାନ ଶିକ୍ଷକ ଯଦୁମଣି ମାହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ, ପ୍ରଥମେ ଅତିଥିମାନେ ଗଣପତି ଙ୍କ ଠାରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ, ସରପଞ୍ଚ ପ୍ରଦୀପ କୁମାର ରାଉତ ମଞ୍ଚସିନ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ,ସଭାପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା .

ଆଜିର ସମାଜରେ ନାରୀ ମାନେ ଯେପରି ଅବହେଳିତ ହୋଇ ରହିବେ ନାହିଁ, ଶିକ୍ଷା ଠାରୁ ଆରମ୍ଭ କରି ସାମାଜିକ କ୍ଷେତ୍ରରେ ଚାକିର ତଥା ରାଜନୀତି କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇପାରିବେ ତାହା ପ୍ରଥମ କର୍ତ୍ତବ୍ୟ ହେବା ନିହାତି ଜରୁରୀ, ସେଦିନ ଓ ଆଜିର ଦିନ ମଧ୍ୟରେ ଅନେକ ପରିବର୍ତ୍ତନ ହେଇ ଗଲାଣି ଆଜି ନାରୀ ନିଜକୁ ଅବଳା କିମ୍ବା ଦୁର୍ବଳା ମନେକରୁ ନାହିଁ ପ୍ରତିକ୍ଷେତରେ ନିଜକୁ ନିଜେ ପ୍ରତିଷ୍ଠିତ କରିବା ସହିତ ସ୍ୱାବଲମ୍ବୀ ହୋଇପାରିଛି ସରକାରଙ୍କ ପକ୍ଷରୁ ମହିଳା ମାନଙ୍କ ନିମନ୍ତେ ମହିଳା ସଶସ୍ତ୍ରୀକରଣ ନାମରେ କାର୍ଯ୍ୟକାରୀ ହେଉଥିବା ଯୋଜନାରେ ଅନେକ ସୁଫଳ ସେମାନଙ୍କୁ ମିଳିପାରୁଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ,ଛାତ୍ରୀ ସ୍ଥିତିପ୍ରଜ୍ଞା ତ୍ରିପାଠୀ ପ୍ରଥମେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହିତ ଉକ୍ତ ସେମିନାର କାର୍ଯ୍ୟକ୍ରମ ସହିତ ମଞ୍ଚ ସଞ୍ଚାଳନ କରିଥିଲେ ଛାତ୍ର ପ୍ରୀତି ଭୂଷଣ ମାହାନ୍ତ ମଞ୍ଚ ପରିଚାଳନାରେ ସହଯୋଗ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ,ଏହାପରେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ନାରୀ ଶିକ୍ଷା ଓ ସୁରକ୍ଷା ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଉକ୍ତ କାର୍ଯ୍ୟକ୍ରମପରିଚାଳନାରେ ବିଦ୍ୟାଳୟର ସହକାରୀ ଶିକ୍ଷକ ଉଦ୍ଧବ ଚରଣ ନାଥ ଶର୍ମା ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ .

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *