ଦୁଇ ଦିନିଆ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ

Spread the love

କଟକ, (ନାଗରାଜ ନ୍ୟୁଜ)ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଠାରୁ ରେଭେନ୍ସା କଲି ଜିଏଟ୍ ସ୍କୁଲ ଠାରେ ଏନ୍ ସି ଇ ଆର ଟି ଦ୍ଵାରା ପ୍ରାୟୋଜିତ ଦୁଇ ଦିନିଆ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା 2021 -22 ଏବଂ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ 2022-23 ଆୟୋଜନ କରାଯାଇଛି। କଟକ ଜିଲ୍ଲାର 14 ଟି ବ୍ଲକ୍, କଟକ ମହାନଗର ନିଗମ ଏବଂ ପୌରାଞ୍ଚଳ ର ବିଭିନ୍ନ ବିଦ୍ୟାଳୟର 147 ଟି INSPIRE ପ୍ରକଳ୍ପ ପ୍ରଦର୍ଶନୀରେ ପ୍ରଦର୍ଶିତ କରାଯାଇଛି। ଏଥିରୁ ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକ ପୁରସ୍କୃତ କରାଯିବ।ଶ୍ରେଷ୍ଠ ପ୍ରକଳ୍ପ ଗୁଡ଼ିକ କଟକ ଜିଲ୍ଲାରୁ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବେ। ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। କଟକ ମହାନଗର ନିଗମ ର ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରି କହିଲେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଗୋଟିଏ ଗୋଟିଏ ମଣିଷ ତିଆରି କାରଖାନା। ଛାତ୍ର ଛାତ୍ରୀ ମାନଙ୍କ ର ଉଜ୍ଜ୍ବଳ ଭବିଷ୍ୟତ ଏବଂ ଭଲ ମଣିଷ କରି ଗଢି ତୋଳିବା କ୍ଷେତ୍ରରେ ଶିକ୍ଷକମାନଙ୍କ ଗୁରୁତ୍ବ ପୂର୍ଣ୍ଣ ଭୂମିକା ରହିଛି।ଆଧୁନିକ ବିଜ୍ଞାନ ଯୁଗରେ ବିଜ୍ଞାନର ଅଗ୍ରଗତି ସାଙ୍ଗକୁ ଏପର୍ଯ୍ୟନ୍ତ ଆମ ସମାଜରେ ଅନ୍ଧ ବିଶ୍ୱାସ ରହିଛି। ଏହି ଅନ୍ଧ ବିଶ୍ୱାସ କୁ ଦୂର କରିବା ପାଇଁ ଆମେ ସମସ୍ତେ ମିଳିମିଶି ସଚେତନ ହେବାକୁ ଶ୍ରୀ ସିଂ ଆହ୍ଵାନ ଦେଇଥିଲେ। ବିଶିଷ୍ଟ ବୈଜ୍ଞାନିକଏବଂ କଳିଙ୍ଗ ଫାଉଂଡେସନ ଟ୍ରଷ୍ଟ ର ଯୁଗ୍ମ ପରିଚାଳନା ଟ୍ରଷ୍ଟି ଡ଼ ଚିତ୍ତରଞ୍ଜନ ମିଶ୍ର ମୂଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଆଧୁନିକ ଜ୍ଞାନର ଯୁଗ ଆରମ୍ଭ ହୋଇ ଗଲାଣି। ସମଗ୍ର ବିଶ୍ଵରେ ଏସିଆ ମହାଦେଶ ସମସ୍ତ ବୈଜ୍ଞାନିକ ତତ୍ତ୍ଵ ଆବିଷ୍କାର କରି ଆସିଛି। ଜ୍ଞାନ ହେଉଛି ବିକାଶ ଧାରାର ମାପ କାଠି।ଯେଉଁ ଦେଶରେ ଜ୍ଞାନର ବିକାଶ ହୋଇଛି ସେହି ରାଜ୍ୟ ବା ରାଷ୍ଟ୍ର ପ୍ରଗତି ପଥରେ ଆଗେଇଛି। ତେଣୁ ଯୁବ ସମାଜ ଏ କ୍ଷେତ୍ର ରେ ନେତୃତ୍ୱ ନେବା ପାଇଁ ବୈଜ୍ଞାନିକ ମିଶ୍ର ଆହ୍ଵାନ ଦେଇଥିଲେ। ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ ସ୍ଵାଗତ ଭାଷଣ ଦେଇଥିଲା ବେଳେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ କାର୍ଯ୍ୟ କ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମୀକା ରାୟ, ଆଇ.ପି ସୌଦାମିନୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶିକ୍ଷକ ବିଶ୍ଵନାଥ ମିଶ୍ରଙ୍କ ନିର୍ଦ୍ଦେଶନାରେ ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।ଏହି କାର୍ଯ୍ୟ କ୍ରମକୁ ଅଭିଜିତା ଭାସ୍କର,ସୁକାନ୍ତ କୁମାର ଷଡଙ୍ଗୀ, ଚୌଧୁରୀ ରମାକାନ୍ତ ପ୍ରହରାଜ,ମିହିର କୁମାର ପରିଡ଼ା,ନନ୍ଦନ ମହାନ୍ତି,ପରେଶ୍ କୁମାର ମଲ୍ଲ,ପ୍ରଦୀପ କୁମାର ନାୟକ ଗୌତମ ଆଚାର୍ଯ୍ୟ,ପୁଷ୍ପାଞ୍ଜଳି ବେହେରା, ପ୍ରଧାନ ଶିକ୍ଷୟିତ୍ରୀ ଅଭିଜିତ ଭାସ୍କର,ମେଘମାଳା ବିଶ୍ଵାଳ,ସୁଶିଲ ମହାପାତ୍ର,ରମେଶ ଚନ୍ଦ୍ର ସାହୁ ପ୍ରମୁଖ ପରିଚାଳନା କରିଥିଲେ! ମାନସ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ଅନୁପ କୁମାର ପଟ୍ଟନାୟକ,ଡ଼. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ପ୍ରଭାତ କୁମାର ପାଢ଼ୀ ପ୍ରମୁଖ ପ୍ରକଳ୍ପ ଗୁଡିକ ମୂଲ୍ୟାୟନ କରିଥିଲେ!

Leave a Reply

Your email address will not be published. Required fields are marked *