୨ଦିନିଆ ସୂଚନା ଅଧିକାର କର୍ମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଆଜି ଦୁଡୁୱାଲା ଧର୍ମଶାଳା ପୁରୀ ଠାରେ ଏକ ୨ଦିନିଆ ସୂଚନା ଅଧିକାର କର୍ମୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, ବରିଷ୍ଠ ସେବାୟତ, ଗୋପାଳ ଚନ୍ଦ୍ର ଖୁଣ୍ଟିଆ, ପ୍ରମୁଖ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର କୋଣ ଅନୁକୋଣରୁ ସୂଚନା ଅଧିକାର କର୍ମୀ ମାନେ ଯୋଗ ଦେଇଥିଲେ କିଭଳି ଭାବରେ ବର୍ତମାନର ବହୁମତ ସରକାରର ଦୁର୍ନୀତିକୁ ଆୟତକୁ ଆଣି ପାରିବା ସେଥିପାଇଁ ବିସ୍ତୃତ ଆଲୋଚନା ହୋଇଥିଲା ।  କିଭଳି ଅଧିକରୁ ଅଧିକ ସୂଚନା ଅଧିକାର ଆଇନ୍ ସହାୟତାରେ ତଥ୍ୟ ହାସଲ କରିବା ପ୍ରଣାଳି ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ସେ ବିଷୟରେ ଏହି କାର୍ଯ୍ୟକ୍ରମରେ ସୂଚନା ଅଧିକାର କର୍ମୀ ଅବିନାଶ ମିଶ୍ର, ଜଗନ୍ନାଥ ପାଢ଼ୀ, ସନ୍ତୋଷ ମହାନ୍ତି, ବାବିନା ଜେନା, ବଟକୃଷ୍ଣ ପ୍ରଧାନ, ଦିବାକର ନାୟକ, ଜଗନ୍ନାଥ ଖଟେଇ, ଅନିଲ କୁମାର ସ୍ବାଇଁ କୈଳାସ ଚନ୍ଦ୍ର ରାୟ ବିରଞ୍ଚି ନାରାୟଣ ସ୍ବାଇଁ, ଗିରିଜା ପ୍ରସାଦ ମିଶ୍ର ପ୍ରମୁଖ ସୂଚନା ଅଧିକାର କର୍ମୀ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *