ସାଉଡି ଗ୍ରାମ ପଂଚାୟତରେ ଗ୍ରାମସଭା ଅନୁଷ୍ଠିତ

Spread the love

ବାଲେଶ୍ୱର,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ସାଉଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମସଭା ଅନୁଷ୍ଠିତ ହୋଇଛି । DRDA ଷ୍ଟାଫ, VRP ବ୍ଲକ ଷ୍ଟାଫ, SAUDI ଗ୍ରାମ ପଞ୍ଚାୟତ ସରପଞ୍ଚ, ସମସ୍ତ ୱାର୍ଡ ମେମ୍ବର ଓ ପଂଚାୟତ ବାସୀଙ୍କ ଉପସ୍ଥିତିରେ ଗ୍ରାମସଭା ହେଇଯାଇଛି । ସାଉଡି ପଂଚାୟତରେ ପାଞ୍ଚବର୍ଷ ମଧ୍ୟରେ ବହୁତ ଅନିଅମିତତା ହେଇଥିବାର ଅଭିଯୋଗ ଥିଲା । ଏହା ଚଳିତ ଆର୍ଥିକ ବର୍ଷର ଶେଷ ମାସ ମାର୍ଚ୍ଚ ମାସ ହୋଇଥିବାରୁ ଅଡିଟ ପାଇଁ ବାଲେଶ୍ୱର DRDA ଷ୍ଟାଫଙ୍କ ସହିତ ବ୍ଲକ ଷ୍ଟାଫ ମଧ୍ୟ ପ୍ରତେକ ପ୍ରଜେକ୍ଟ୍ ଠିକ ଭାବରେ କାମ ହେଇଛି କି ନାହିଁ ତାହା ଅନୁଧ୍ୟାନ କରିବା ପାଇଁ ପ୍ରତେକ ଗ୍ରାମକୁ ଯାଇଥିଲେ । ପଂଚାୟତ ବାସୀଙ୍କ ଅଭିଯୋଗ ଥିଲା ବିତି ଯାଇଥିବା ପାଞ୍ଚବର୍ଷରେ ପଂଚାୟତକୁ ବିଭିନ୍ନ କାମ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ପୂର୍ବତନ ସରପଞ୍ଚ ରଞ୍ଜିତା ଟୁଙ୍ଗ ଆତ୍ମସାତ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *