ପାରିବାରିକ କଳହକୁ ନେଇ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଶିଶୁ ପୁଅ ଆହତ

Spread the love

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅଞ୍ଚଳରେ ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏହି ଗଣ୍ଡଗୋଳରେ ମହିଳାଙ୍କର ଛଅ ବର୍ଷର ଶିଶୁ ପୁତ୍ର ଆହତ ହୋଇଛି । ଏନେଇ ପୀଡିତ ମହିଳା ଜଣଙ୍କ ଥାନାରେ ଅଭିଯୋଗ ଆଣିଛନ୍ତି । ସୂଚନା ମୁତାବକ ଗତ ବୁଧବାର ଘରବାଡ଼ି ରାସ୍ତାକୁ ନେଇ ପିଡିତା ମହିଳା ଲିଲିପ୍ରଭା ଧଳ ଏବଂ ରାଜେଶ୍ ଧଳ, ପ୍ରମିଳା ଧଳ ଓ ପିଉସା ରମେଶ ସାମଲଙ୍କ ମଧ୍ୟରେ ସାମାନ୍ୟ ବଚସାକୁ ନେଇ ରାଜେଶ୍ ଧଳ, ପ୍ରମିଳା ଧଳ ଓ ପିଉସା ରମେଶ ସାମଲ ଉକ୍ତ ମହିଳା ଲିଲି ପ୍ରଭା ଏବଂ ତାଙ୍କର ଛଅ ବର୍ଷର ଶିଶୁ ପୁଅକୁ ଧାରୁଆ ଅସ୍ତ୍ର କାଠ ଫାଳିଆ ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଯାହା ଫଳରେ କୁନି ପୁଅଟି ସାମାନ୍ୟ ଆହତ ହୋଇଥିବା ବେଳେ ଲିଲି ପ୍ରଭାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତେଣୁ ପୀଡିତାଙ୍କୁ ଶ୍ରୀରାମଚନ୍ଦ୍ର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଥାନାରେ ଅଭିଯୋଗ କରିବାର ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନାହି । ପ୍ରକାଶ ଥାଉକି ରାଜେଶ ଧଳଙ୍କ ନାମରେ ୨୦୧୭ ମସିହାରେ ଥାନାରେ ଏହି ପାରିବାରିକ ଘଟଣାକୁ ନେଇ ଏକ ମାମଲା ରୁଜ୍ଜୁ ହୋଇଥିଲା । ତେବେ ତୁରନ୍ତ ପ୍ରକୃତ ଦୋଷୀଙ୍କୁ ଖୋଜି ଗିରଫ କରିବାପାଇଁ ପୀଡିତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

Leave a Reply

Your email address will not be published. Required fields are marked *