ନନ୍ଦନକାନନରେ ଏକ ହଳଦୀଆ ଆନାକୋଣ୍ଡାର ମୃତ୍ୟୁ

Spread the love

ଭୁବନେଶ୍ଵର, ୨୮। ୮ (ଏନ୍ ନ୍ଯୁଜ୍‌) ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଶରୀସୃପ ଉଦ୍ୟାନ ପରିସର ୪୭(କ) ଖୁଆଡ଼ରେ ରହୁଥିବା ଏକ ହଳଦିଆ ଆନ୍ନା କୋଣ୍ଡାର ମୃତ୍ୟୁ ହୋଇଛି। ସେ ରକ୍ତ ଝାଡାରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଛି। ଗତ ୨୦୧୯ ମସିହା ଅକ୍ଟୋବର ମାସ ୨୨ ତାରିଖରେ ମାଡ୍ରାସର ଚେନଇସ୍ଥିତ କ୍ରୋକଡ଼ାଇଲ ବ୍ୟାଙ୍କ ଅଫ ଟ୍ରଷ୍ଟରୁ ୮ଟି ହଳଦୀଆ ଆନାକୋଣ୍ଡାଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ସେମାନଙ୍କ ମଧ୍ୟରୁ ୨ଟି ଙ୍କର ସେହିବର୍ଷ ଯଥାକ୍ରମେ ନଭେମ୍ବର ୨୮ର ଓ ୩୦ ତାରିଖରେ ମୃତ୍ୟୁ ହୋଇଥିଲା। ଏବେ ଆଉ ଗୋଟିଏ ର ମୃତ୍ୟୁ ହୋଇଛି। ଫଳରେ ନନ୍ଦନକାନନରେ ଆଉ ୫ଟି ହଳଦୀଆ ଆନ୍ନାକୋଣ୍ଡା ରହିଲେ।

Leave a Reply

Your email address will not be published. Required fields are marked *