ଚନ୍ଦକା,(ନାଗରାଜ ନ୍ୟୁଜ): ଦାରୁଠେଙ୍ଗ ଭୁଆସୁଣୀକୁ ଅଳିଆବର୍ଜନା ନେଇ ଆସୁଥିବା ଅଳିଆ ଗାଡି ଗତ ରବିବାର ଦିନ ସକାଳେ ଏକ ସ୍କୁଟିକୁ ଧକ୍କା ଦେଇଥିଲା । ସେହି ସ୍କୁଟି ଚାଳକ ହେଉଛନ୍ତି ରେଶମ କୁମାର ରାଉତରାୟ । ଆଜି ସକାଳେ ଚିକିତ୍ସା ଅବସ୍ଥାରେ ସମ୍ ହସ୍ପିଟାଲରେ ତାଙ୍କର ମୃତୁ୍ୟ ହୋଇଛି । ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତି, ଭୁବନେଶ୍ବର ବ୍ଲକ ଉପାଧ୍ୟକ୍ଷ ଅଜିତ୍ କୁମାର ଶ୍ରୀଚନ୍ଦନ, ପୂର୍ବତନ ସମିତି ସଭ୍ୟ ଅକ୍ଷୟ କୁମାର ପାହାଡ଼ାସିଂହ, ଯୁବ ସମାଜସେବୀ ତପନ କୁମାର ପ୍ରଧାନ ଓ ତପନ ବଳିଆରସିଂହଙ୍କ ନେତୃତ୍ୱରେ ପ୍ରଥମେ ଅଳିଆ ରାସ୍ତାକୁ ଅବରୋଧ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରି ଧାରଣା ଦିଆଯାଇଥିଲା । ଚନ୍ଦକା ବାରଙ୍ଗ ମଧ୍ୟସ୍ଥଳ ଦାରୁଠେଙ୍ଗ ମୁଖ୍ୟ ରାସ୍ତାକୁ ୯ ଘଣ୍ଟା ବନ୍ଦ ରଖାଯାଇଥିଲା । ଘଟଣା ସ୍ଥଳରେ ଚନ୍ଦକା ଆଇଆଇସି ସୁରେନ୍ଦ୍ର ବଳ, ଏସିପି ରମେଶ ଚନ୍ଦ୍ର ବିଶୋଇ, ଅତିରିକ୍ତ ଡିସିପି ଆଲୋକ ପାଲ, ନନ୍ଦନକାନନ ଆଇଆଇସି ବିଶ୍ୱରଞ୍ଜନ ନାୟକ ଏବଂ ଏକ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୧୦ ଜଣ ଅଫିସର ମୁତୟନ କରାଯାଇଥିଲା । ଏଥିସହ ଜୁଝଗଡ଼ ବସ ଷ୍ଟାଣ୍ଡରେ ଧାରଣା ଦିଆଯାଇଥିଲା ।
ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୂତି ଭୂଷଣ ବଳବନ୍ତରାୟ, ଯୁବ ନେତା ବିଶ୍ୱରଞ୍ଜନ ବଡଜେନା, ସୁଦୀପ୍ତ କୁମାର ରାୟ, ଡାକ୍ତର ବେହେରା ମୃତ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସବୁଦିନ ପାଇଁ ଅଳିଆ ଆବର୍ଜନା ଭୁଆସୁଣୀକୁ ବନ୍ଦ କରିବା ପାଇଁ ଦାବି କରାଯାଇଥିଲେ । ତେବେ ଗ୍ରାମଲୋକଙ୍କ ମିଳିତ ସହଯୋଗରେ ରେଶମଙ୍କର ମୃତଦେହକୁ ପୁରୀ ସ୍ୱର୍ଗଦ୍ୱାରରେ ଅନ୍ତିମ ସଂସ୍କାର କରାଯାଇଥିଲା । ରେଶମ ବାପା ମା’ଙ୍କର ଗୋଟିଏ ପୁଅ । ଅନ୍ୟପଟେ ଭୁବନେଶ୍ବର ତହସିଲଦାର ପ୍ରଦିପ ସାହୁ, ସବ୍ କଲେକ୍ଟର ଦେବବ୍ରତ ସାହୁ ଦାରୁଠେଙ୍ଗରେ ପହଞ୍ଚିଥିଲେ । ଧାରଣାରେ ବସିଥିବା ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପ୍ରଶାସନିଙ୍କ ଅଧିକାରୀ ପ୍ରତିସ୍ତୁତି ପରେ ଧାରଣାରୁ ଗ୍ରାମବାସି ହଟିଥିଲେ । ସୂଚନାଯୋଗ୍ୟ, ଗତ ରବିବାର ଦିନ ସକାଳ ୯ଟାରେ ରମେଶ ଦାରୁଠେଙ୍ଗରୁ ନିଜ ହୋଟେଲକୁ ଯାଉଥିଲେ । ଏହି ସମୟରେ ବାରଙ୍ଗ ଆଡୁ ଆସୁଥିବା ଅଳିଆ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ରେଶମଙ୍କୁ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।