ମୃତଦେହ ପଡ଼ି ରହିବା ଘଟଣା, ପ୍ରତିକ୍ରିୟା ରଖିଲେ SCB ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ

Spread the love

କଟକ, (ନାଗରାଜ ନ୍ୟୁଜ): SCB ମେଡ଼ିକାଲରେ ଗତ ୧୪ ଦିନରୁ ବିଦେଶୀ କଏଦୀର ମୃତଦେହ ପଡ଼ି ରହିବା ଘଟଣା ନେଇ ପ୍ରତିକ୍ରିୟା ଦେଲେ SCB ମେଡ଼ିକାଲ କଲେଜ ଓ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଅଭିନାଶ ରାଉତ। ମୃତଦେହ ପରିବାର ବର୍ଗଙ୍କୁ ହସ୍ତାନ୍ତର ପାଇଁ ପ୍ରକ୍ରିୟା ଜାରି ରହିଛି। ଏ ନେଇ ପୁରୀ ଜିଲ୍ଲା ପ୍ରଶାସନ ଓ ଜେଲ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି। ଗତ ୪ ତାରିଖରେ ପୁରୀ ଜେଲ ଅଧୀକ୍ଷକଙ୍କୁ ଚିଠି କରାଯାଇଛି। ଆଜି ମୃତଦେହ ହସ୍ତାନ୍ତର କରାଯିବା ନେଇ ବ୍ୟବସ୍ଥା କରାଯାଉଛି। ଗୁରୁତର ହେବାରୁ ମେ ୨୪ ତାରିଖରେ ଚିକିତ୍ସା ପାଇଁ ଅଗଷ୍ଟିନ ଓଡ଼ିକପୋକୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ମେ ୨୬ ରେ ତାର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *