ଅଭିନେତା ରଣଦୀପ ହୁଡ୍ଡା ସୁଟିଂ ସେଟରେ ଆହତ

Spread the love

ମୁମ୍ବାଇ, (ନାଗରାଜ ନ୍ୟୁଜ): ବଲିଉଡ ଅଭିନେତା ରଣଦୀନ ହୁଡ୍ଡା ସୁଟିଂ ସେଟରେ ଆହତ ହୋଇଥିବାର ଖବର ସାମ୍ନାକୁ ଆସିଛି । ଏବେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଆଣ୍ଠୁର ଅସ୍ତ୍ରୋପଚାର ହୋଇଛି । ରଣଦୀପ ତାଙ୍କ ଅପକମିଂ ଫିଲ୍କ ‘ଇନସ୍ପେକ୍ଟର ଅଭିନାଶ’ର ସୁଟିଂ ଚାଲୁଥିବାବେଳେ ଆହତ ହୋଇଛନ୍ତି । ତାଙ୍କ ଆଣ୍ଠୁରେ ଗୁରୁତର ଆଘାତ ଲାଗିଛି । ଭୟଙ୍କର ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ମୁମ୍ବାଇ ସ୍ଥିତ କୋକିଲାବେନ୍ ଧିରୁବାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୧ ତାରିଖରେ ତାଙ୍କ ଆଣ୍ଠୁର ସର୍ଜରୀ ହୋଇଛି । ଏପର୍ଯ୍ୟନ୍ତ ରଣଦୀପ କିମ୍ବା ତାଙ୍କ ଟିମ୍ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

ସୂଚନା ଅନୁସାରେ ରଣଦୀପ ଏହା ପୂର୍ବରୁ ୨୦୦୮ରେ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଏକ ପୋଲୋ ଗେମ୍‌ ବେଳେ ତାଙ୍କ ଘୋଡା ଖସି ଯାଇଥିଲା ଏବଂ ତାଙ୍କ ଗୋଡ ଉପରେ ପଡିଥିଲା । ଏଥିଯୋଗୁଁ ତାଙ୍କର ସର୍ଜରୀ ପରେ ଗୋଡରେ ପ୍ଲେଟ୍‌ ଲାଗିଥିଲା । ତେବେ ବର୍ଷକ ଭିତରେ ଏହି ପ୍ଳେଟ ବାହାର କରିବାର ଥିଲା । କିନ୍ତୁ ସେ ଦୀର୍ଘ ୧୨ ବର୍ଷ ଯାଏ ଗୋଡ଼ରେ ଲାଗିଥିବା ପ୍ଳେଟ୍ ବାହାର କରିନଥିଲେ । ପରେ ତାଙ୍କ ଗୋଡ଼ ଭିତରେ ଇନ୍‌ଫେକସନ୍‌ ହୋଇଯାଇଥିଲା । ଏହାପରେ ୨୦୨୦ରେ ତାଙ୍କ ଗୋଡ଼ରେ ପୁଣି ଥରେ ସର୍ଜରୀ କରାଯାଇଥିଲା ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ ।

Leave a Reply

Your email address will not be published. Required fields are marked *