ଲୋକପ୍ରିୟ ଟିଭି ସିରିୟଲରେ କାମ କରିଥିବା ଅଭିନେତା ସମୀର ଶର୍ମାଙ୍କ ଆତ୍ମହତ୍ୟା

Spread the love

ମୁମ୍ବାଇ, (ନାଗରାଜ ନ୍ୟୁଜ ): ୦୬/୦୮/୨୦୨୦

ମୁମ୍ବାଇରେ ଆଉ ଜଣେ ଅଭିନେତା ଆତ୍ମହତ୍ୟା କରିଛନ୍ତି। ମୁମ୍ବାଇ କରୋନା ସଙ୍କଟ ମଧ୍ୟରେ ବଲିଉଡ ଏବଂ ଛୋଟ ପରଦା ତାରକାଙ୍କ ଆତ୍ମହତ୍ୟା ଜାରି ରହିଛି । ଅନେକ ଲୋକପ୍ରିୟ ଟିଭି ସିରିୟଲରେ କାମ କରିଥିବା ଅଭିନେତା ସମୀର ଶର୍ମାଙ୍କ ମୃତଦେହ ଘରର ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଛି। ସମୀର ୟେ ରିସ୍ତା ହେ ପ୍ୟାର କେ, କ୍ୟୁଁ କି ଶାଶ୍‌ ଭି କଭି ବୋହୂ ଥି, କହାନୀ ଘର ଘର କି ଭଳି ସିରିୟଲରେ କାମ କରିଛନ୍ତି। କୁହାଯାଉଛି ଯେ ଦୁଇ ଦିନ ପୂର୍ବରୁ ହିଁ ସେ ଆତ୍ମହତ୍ୟା କରିଛନ୍ତି। ଶବ ପଚି ଦୁର୍ଗନ୍ଧ ହେବାରୁ ଏନେଇ ଜଣାପଡ଼ିଥିଲା। ମାତ୍ର ଏବେ ଯାଏଁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ। ସମୀର ଶର୍ମା ମୁମ୍ବାଇରେ ମଲାଡ଼ ସ୍ଥିତ ଘରେ ଏକୁଟିଆ ରହୁଥିଲେ। ତାଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଫୋନ୍‌ କଲା ପରେ ସେ ନ ଉଠାଇବାରୁ କିଛି ଅଘଟଣ ଘଟିଥିବା ନେଇ ସେ ସନ୍ଦେହ କରିଥିଲେ। ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କୁ ସମୀରଙ୍କ ଘରକୁ ପଠାଇଥିଲେ। ସେ ସେଠାରେ ଯାଇ ଦେଖିବା ବେଳକୁ ସମୀରଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲିଥିଲା। ଏବେ ଶବକୁ ପୋଷ୍ଟମଷ୍ଟମ୍‌ ପାଇଁ ପଠାଇ ଦିଆଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍‌ କାରଣ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *