୨୬ ଦିନର ଲୁଚକାଳି ପରେ ଆତ୍ମସମର୍ପଣ କଲା ବଳତ୍କାରୀ ଅଭିଯୁକ୍ତ

Spread the love

ସୁନ୍ଦରଗଡ, (ନାଗରାଜ ନ୍ୟୁଜ): ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀ କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ବିଷ୍ଣୁ ହେସ ଦୀର୍ଘ ୨୬ଦିନଧରି ପୋଲିସ ସହିତ ଲୁଚକାଳି ଖେଳି ଗତକାଳି କୁତ୍ରା ଥାନା ରେ ଆତ୍ମସମର୍ପଣ କରିଛି। ସୂଚନା ଅନୁଯାୟୀ କୁତ୍ରା ଥାନା ଅଞ୍ଚଳର ଜୈନେକା ୧୨ବର୍ଷ ର ନାବାଳିକା ଛାତ୍ରୀ ଏକ କନ୍ୟାଶ୍ରମ ରେ ରହି ପାଠ ପଢ଼ୁଥିଲେ। ସେ ଘରକୁ ଆସିଥିବା ବେଳେ ଘରପାଖରେ ରହୁଥିବା ନିଜ କାକା (ଦାଦା) ତାସହିତ ବାରମ୍ବାର ଦୁଷ୍କର୍ମ କରିଥିଲା। ଯାହାଫଳରେ ଝିଅଟି ଆଠମାସର ଗର୍ଭବତୀ ହୋଇଥିଲା। ପରେ ପରିବାର ଲୋକେ ଜାଣି ଗତ ମେ ୧୮ତାରିଖ ଦିନ କୁତ୍ରା ଥାନା ରେ ଅଭିଯୁକ୍ତ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଗ୍ରହଣ କରି ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ବିଷ୍ଣୁ ହେସ ଫେରାର ହୋଇଯାଇଥିଲ। ଅଭିଯୁକ୍ତ କୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଥିବା ଅଭିଯୋଗ କରି ଝିଅ ର ପରିବାରଲୋକ ଏବଂ ଗ୍ରାମବାସୀ ସୁନ୍ଦରଗଡ଼ ଏସପି ଙ୍କ ଦ୍ବାରସ୍ଥ ହେବା ସହିତ ଗତ ୪ତାରିଖ ଦିନ କୁତ୍ରା ଥାନା ଘେରାଉ କରିଥିଲେ। ଅନେକ ଛକାପଞ୍ଝା ପରେ ଗତକାଲି ଫେରାର ଅଭିଯୁକ୍ତ କୁତ୍ରା ଥାନା ରେ ଆତ୍ମସମର୍ପଣ କରିଛି। ପୋଲିସ ଅଭିଯୁକ୍ତ ର ଡାକ୍ତରୀ ମାଇନାକରାଇ‌ ଆଜି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅନ୍ୟ ପକ୍ଷରେ ପିଡିତା ନାବାଳିକା ଝିଅଜଣକ ଇତିମଧ୍ୟରେ ଏକ କନ୍ୟା ସନ୍ତାନ ଜନ୍ମ କରିଥିବା ଜଣାପଡିଛି।ଉଭୟ ମାଁ ଶିଶୁ ବର୍ତ୍ତମାନ ଚାଇଲ୍ଡ ଲାଇନ ତତ୍ବାବଧାନରେ ରହିଛନ୍ତି ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *