ଅନାସ୍ଥା ପରେ ପୁଣି ର୍ନିଦ୍ବନ୍ଦରେ ପଦବୀକୁ ଫେରିଲେ ଦାଢା ସରପଞ୍ଚ

Spread the love

ଭୁବନେଶ୍ବର: ଅନାସ୍ଥାରେ କଟିବା ପରେ ପୁଣି ଥରେ ବାଇ ଇଲ୍କେସନରେ ର୍ନିଦ୍ବନ୍ଦରେ  ନିର୍ବାଚିତ ହୋଇ ସରପଞ୍ଚ ଆଶନ ଫେରି ପାଇଛନ୍ତି ଭୁବନେଶ୍ବର ବ୍ଲକ୍ ଅଧୀନ ଦାଢା ପଞ୍ଚାୟତର ସରପଞ୍ଚ ଶ୍ୟାମ ସୁନ୍ଦର ଟୁଡୁ। ସେ ଗତ ୨୦୧୭ ନିର୍ବାଚରେ ତଫସଲ୍ ଭୁକ୍ତ ଜନଜାତୀ ସଂକ୍ଷିତ ପଦବୀରେ ଏକ ମାତ୍ର ପ୍ରାର୍ଥୀ ଭାବେ ନାମଙ୍କନ ଦାଖଲ କରି ନିର୍ବାଚିତ ହୋଇଥିଲେ। ତାଙ୍କ ବିରୁଦ୍ଧରେ ଗତ  ୨୦୨୦ ମସିହା ନଭେମ୍ବର ୧୮ ତାରିଖରେ ତାଙ୍କ ପଞ୍ଚାୟତରେ ଅନିୟମିତତା ନେଇ ଅନାସ୍ଥା ପ୍ରସ୍ଥାବ ଆସିଥିଲା। ପଞ୍ଚାୟତାର ୧୪ ଜଣ ୱାର୍ଡାମେମ୍ବର  ଓ ସରପଞ୍ଚଙ୍କୁ ମିଶାଇ ମୋଟ ୧୫ ଜଣ ଅନାସ୍ତାରେ ଭାଗ ନେଇଥିଲେ। ସରପଞ୍ଚ ତାଙ୍କ ସଂଖ୍ୟା ଗରିଷ୍ଟତା ହରାଇ ପଦବୀରୁ ବହି‌ଷ୍କୃତ ହୋଇଥିଲେ। ଏହା ପରେ ଗତ ଫେବୃଆରୀ ମାସ ୨୪ ତାରିଖରେ ବାଇଇଲେକ୍ସନ ଘୋଷଣା କରାଯିବାରୁ ଶ୍ୟାମ ସୁନ୍ଦର ଟୁଡୁ ଏକ ମାତ୍ର ପ୍ରାର୍ଥୀ ଭାବେର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେ ଏକ ମାତ୍ର ପ୍ରର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରି ଥିବାରୁ ନିଦ୍ବନ୍ଦରେ ପୁଣି ଦାଢା ପଞ୍ଚାୟତର ସରପଞ୍ଚ ପଦବୀକୁ ଫେରି ପାଇଛନ୍ତି। ପଦବୀ ଫେରି ପାଇବାରୁ ଦାଢା ସରପଞ୍ଚ ଶ୍ୟାମ ସୁନ୍ଦର ଟୁଡୁ  ଜିଲ୍ଲା ପରିଷଦ ସଦସ୍ୟ କୁନାଲ ରାଉତଙ୍କ ସହ ସମର୍ଥକଙ୍କୁ ଧରି ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କୁ ସାକ୍ଷାତ କରିଛନ୍ତି।

Leave a Reply

Your email address will not be published. Required fields are marked *