ବିଦେଶୀ ମଦଦୋକାନରେ ଚଢା ଦରରେ ମଦବିକ୍ରି, ପ୍ରଶାସନ ନିରବ

Spread the love

ରାଜଗାଙ୍ଗପୁର, (ଦଶରଥ ପୋଡ଼): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହରରେ ଥିବା ଦୁଇଟି ବିଦେଶୀ ମଦ ଦୋକାନରେ ମଦ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ବିକ୍ରୀ ହେଉଥିବାବେଳେ ପ୍ରଶାସନ ନିରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସହରର ରାଣୀ ବନ୍ଦ ଏବଂ ସୁବାଷ ଛକ ଠାରେ ଥିବା ମଦଦୋକାନରେ ଧାର୍ଯ୍ୟ ଦରଠାରୁ ଅଧିକ ୧୦ଟଙ୍କାରେ ବିକ୍ରୀ ହେଉଛି ।

ଯଦି କୋୖଣସି ଗ୍ରାହକ ଏହାର ପ୍ରତିବାଦ କଲେ ମଦ ବିକ୍ରେତା ନାଲି ଆଖି ଦେଖାଉଥିବାର ଅଭିଯୋଗ ହୋଇଛି । ଲାଇସେନ୍ସ ନେବା ସମୟରେ ସରକାରଙ୍କ ସମସ୍ତ ନୀତି ନିୟମ ମାନିବାକୁ ସରକାରଙ୍କ କଡ଼ା ନିର୍ଦ୍ଦେଶ ରହିଛି, ହେଲେ ଲାଇସେନ୍ସ ନେଲାପରେ ସମସ୍ତ ନୀତି ନିୟମକୁ ମଦବିକ୍ରେତା ଫୁ କରିଦେଉଛନ୍ତି। ତେଣୁ ଏଦିଗରେ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

Leave a Reply

Your email address will not be published. Required fields are marked *