ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି ସମସ୍ତ ପ୍ରାର୍ଥୀ

Spread the love

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ରାଜ୍ୟରେ ‌ବର୍ତମାନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ‌ମାହୋଲ ସରଗରମ୍‌ ହେବାରେ ଲାଗିଛି । ଭୋଟରଙ୍କ ମନଜିଣିବାକୁ ପ୍ରାର୍ଥୀ ‌ମାନେ ବର୍ତ୍ତମାନ ହାତୀ ଓ ଘୋଡ଼ା ଦେବାପାଇଁ ପ୍ରତିଜ୍ଞା‌ବଦ୍ଧ ହେଉଛନ୍ତି । ସମସ୍ତ ଦଳ ନିଜପାଇଁ ଏବଂ ନିଜ ପାର୍ଟି ପାଇଁ ପ୍ରାଣ ମୁର୍ଚ୍ଛା ଉଦ୍ୟମ ଆରମ୍ଭ କଲେଣି । ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଳକ ସେଥିରୁ ବାଦ‌ ପଡିନି । ଏହି ‌ବ୍ଳକର ୪(ଖ)‌ ଅନୁସୂଚିତ ଜନଜାତି ‌ପାଇଁ ପ୍ରଜୁଯ୍ୟ ଥିବାବେଳେ ‌ବିଜେଡି ପାର୍ଟିରୁ‌ ଝାରବେଡା ପଞ୍ଚାୟତର ପୂର୍ବତନ ସରପଂଚ ଗଙ୍ଗାରାମ ‌ମିଞ୍ଜ ଚଳିତ ପଞ୍ଚାୟତ ନିର୍ବାଚନରେ ଏହି ବ୍ଳକର‌ ନୂଆଁଗାଁ ପଞ୍ଚାୟତର‌ ପୂବତନ ଭେଟରାନ ସରପଞ୍ଚ ଜୁନାସ୍ କୁଜୁର ସାଙ୍ଗରେ ପ୍ରାୟତଃ ଲଢେଇ ହେବ । ଟକ୍କର ଦେବାକୁ କଂଗ୍ରେସ ପ୍ପାର୍ଟିରୁ ଶୁକାନ୍ତୀ ଟପ୍ପୋ ଏବଂ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ରାକେଶ ରୋସନ ଡୁଙ୍ଗଡୁଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଉଛନ୍ତି । ହେଲେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ତଥା ନୂଆଁଗାଁ ପଞ୍ଚାୟତର ସରପଞ୍ଚ ଜୁନାସ୍ ଲୁଗୁନ‌ ‌ନାଗରାଜ ନ୍ୟୁଜ ସମ୍ମୁଖରେ ତାଙ୍କର ନିଜସ୍ବ ପ୍ରତିକ୍ରିୟାରେ ବ୍ଳକ ପାଇଁ କଣ କରିବେ ତାହା ପ୍ରକାଶ କରିଛନ୍ତି ।

 

 

Leave a Reply

Your email address will not be published. Required fields are marked *