ମାଟ୍ରିକ ଅଫ ଲାଇନ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ

Spread the love

କଟକ: ମାଟ୍ରିକ ଅଫ ଲାଇନ ପରୀକ୍ଷାରେ ବିଭ୍ରାଟ ଅଭିଯୋଗ । କଟକ ବୋର୍ଡ ହାଇସ୍କୁଲରେ ମାଟ୍ରିକ ଅଫ ଲାଇନ ପରୀକ୍ଷା ଚାଲିଥିବା ବେଳେ ଆଜି ଥିଲା ବିଜ୍ଞାନ ପେପର ପରୀକ୍ଷା। ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାର୍ଥୀଙ୍କର ଏହି ପରୀକ୍ଷା ଚାଲୁଛି। ତେବେ ବୋର୍ଡ ହାଇସ୍କୁଲ କେନ୍ଦ୍ରର ଗୋଟିଏ ହଲରେ ଥିବା ୨୦ ଜଣ ରେଗୁଲାର ପରୀକ୍ଷାର୍ଥୀଙ୍କୁ ଏକ୍ସ ରେଗୁଲାର ପ୍ରଶ୍ନ ଦିଆଯାଇ ଥିଲା। ପରୀକ୍ଷାର୍ଥୀ ପ୍ରଶ୍ନ ପତ୍ର ଦେଖି ଦ୍ଵନ୍ଦରେ ପଡି ଯାଇଥିଲେ। ପରୀକ୍ଷା କେନ୍ଦ୍ର ଅଧିକ୍ଷକ ଏ ସମ୍ପର୍କରେ ଜାଣିବା ପରେ ତୁରନ୍ତ ପ୍ରଶ୍ନ ପତ୍ର ପରିବର୍ତ୍ତନ କରି ରେଗୁଲାର ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯାଇ ଥିଲା। ସଂପୃକ୍ତ ପରୀକ୍ଷାର୍ଥୀଙ୍କୁ ଉତ୍ତର ଲେଖିବା ପାଇଁ ଅଧିକ ସମୟ ମଧ୍ୟ ପ୍ରଦାନ କରାଯାଇଥିଲା। ତେବେ ଏ ସମ୍ପର୍କରେ ବୋର୍ଡ କର୍ତ୍ତୃପକ୍ଷ କ୍ୟାମେରା ସାମନାରେ କିଛି କହି ନଥିଲେ ମଧ୍ୟ ଏଥିପାଇଁ ପରୀକ୍ଷାର୍ଥୀଙ୍କର କୌଣସି ପ୍ରକାର ସମସ୍ୟା ହୋଇ ନଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *