ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବାକୁ ଦଳୀୟ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହ

Spread the love
ଭୁବନେଶ୍ୱର,(ନାଗରାଜ ନ୍ୟୁଜ): ଦଳୀୟ ଅଫିସରେ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଲେ ଅମିତ ଶାହ । ବୈଠକ ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ସୂଚନା ଦେଇଛନ୍ତି । ତୃଣମୂଳ ସ୍ତରରେ ସଂଗଠନ ମଜବୁତ କରିବାକୁ ଆହ୍ୱାନ ଦେଇଛନ୍ତି । ସେହିପରି ପ୍ରତି ବୁଥ୍‌, ୱାର୍ଡ, ଗାଁରେ ସଂଗଠନ ମଜବୁତ କରିବାକୁ କହିଛନ୍ତି । ରାଜ୍ୟ ସରକାରଙ୍କ ବିରୋଧରେ ଲଢେଇ ହେବ ବୋଲି କହିଛନ୍ତି । ଏହାସହିତ ଅନ୍ୟାୟ, ଅତ୍ୟାଚାର, ବ୍ୟଭିଚାର ବିରୋଧରେ ଲଢେଇ ହେବ । ତେବେ ସଂଗଠନ ମଜବୁତ ପରାମର୍ଷ ଦେଇଥିବା କହିଛନ୍ତି ମନମୋହନ ସାମଲ । ପ୍ରତି ଘର କାନ୍ଥରେ ପଦ୍ମ ଫୁଲ ଲଗାଇବାକୁ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *