ଅଙ୍ଗନୱାଡ଼ି କର୍ମଚାରୀଙ୍କ ବିରୁଦ୍ଧରେ ଜରୁରୀ ଗ୍ରାମସଭା

Spread the love

ଟିଟିଲାଗଡ, (ନାଗରାଜ ନ୍ୟୁଜ): ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତ ର ଗନ୍ଧର୍ଗଲା ଗ୍ରାମରେ ଟିଟିଲାଗଡ ବ୍ଲକ ସମ୍ମନିତ ଶିଶୁ ବିକାଶ ଅଧିକାରୀ (ICDS CDPO) ଶ୍ରୀମତୀ ମିନାକ୍ଷୀ ରାଜ ଏବଂ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ର କର୍ମକର୍ତ୍ତା ତଥା ଗନ୍ଧାର୍ଗଲା ର ଉପସ୍ଥିତ ଗ୍ରାମ ବାସୀଙ୍କ ଉପସ୍ଥିତି ରେ ଏକ ଜରୁରୀ ଗ୍ରାମସଭା କରାଯାଇଥିଲା। ଦୀର୍ଘ ଦୁଇ ବର୍ଷ ଆଠ ମାସ ହେଲା ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରର କର୍ମଚାରୀ ଦୁର୍ନୀତି ଗ୍ରସ୍ତ ହୋଇଥିବାରୁ ଗ୍ରାମବାସୀ ସେଣ୍ଟର୍ କୁ ତାଲା ପକାଇଥିଲେ। ସେହଦିନଠାରୁ ଆଜି ପର୍ଯ୍ୟନ୍ତ ଗର୍ଭବତୀ ମହିଳା ଓ ଶିଶୁମାନେ ପୁଷ୍ଟିକର ଖାଦ୍ୟ ରୁ ବଞ୍ଚିତ ଥିଲେ। ସେହି ସମସ୍ୟା କୁ ଦୂର କରିବା ପାଇଁ ଆଜି ଗ୍ରାମବାସୀ ଓ ଆଦିବାସି କଲ୍ୟାଣ ସଙ୍ଘ ଏବଂ CDPO ଙ୍କ ଉପସ୍ଥିତି ରେ ପୁଷ୍ଟିକର ଖାଦ୍ୟ ଅସ୍ଥାୟୀ ଗୃହ ରେ ବଣ୍ଟା ଯାଇଛି ଓ ଗ୍ରାମର ଅଙ୍ଗନୱାଡ଼ି କର୍ମଚାରୀ ଙ୍କୁ ବହିଷ୍କାର ନ କରିବା ପର୍ଯ୍ୟନ୍ତ CDPO ନିଜେ ଆସି ଅସ୍ଥାୟୀ ଗୃହରେ ମା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ତଥା ସମସ୍ତ ସରକାରୀ ସେବା ଦେବେ ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଯେବେ ସେହି ସେଣ୍ଟର୍ ର କର୍ମଚାରୀ ଙ୍କୁ ବହିଷ୍କାର କରାଯିବ ତେବେ ତାଲା ଖୋଲା ଯିବ ବୋଲି କହିଛନ୍ତି । ଉକ୍ତ ବଣ୍ଟନ କାର୍ଯ୍ୟରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ର ଥବିର୍ ପୁଝାରୀ, ଇନ୍ଦ୍ର ମାଝୀ, ହେମନ୍ତ ମାଝୀ, ରୀନା ମାଝୀ, ହର ମାଝୀ ରାଜେଶ ମାଝୀ ଓ ଗ୍ରାମର ସମସ୍ତ ଭଦ୍ର ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *