ଧାରଣାରୁ ଉଠିଲେ ସେବାୟତ ଅନୀଲ ଗୋଛିକାର

Spread the love

ପୁରୀ, (ନାଗରାଜ ନ୍ୟୁଜ): ସେବାୟତ ଅନୀଲ ଗୋଛିକାର ନିଜର ଧାରଣା ପ୍ରତ୍ୟାହାର କରିଛନ୍ତି । ୭ ଦିନ ଭିତରେ ତାଙ୍କ ଦାବିର ଉପଯୁକ୍ତ ସମାଧାନ ନେଇ ପୁରୀ ଜିଲାପାଳଙ୍କ ପ୍ରତିଶୃତି ପରେ ଅନୀଲ ଧାରଣା ପ୍ରତ୍ୟାହାର କରିଥିବା କହିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାର୍ଯ୍ୟ ପାଇଁ ଯାତ୍ରୀ ନିବାସକୁ ପ୍ରଶାସନ ଉପଯୁକ୍ତ କ୍ଷତିପୂରଣ ନଦେଇ ଉଚ୍ଛେଦ କରିବା ପ୍ରତିବାଦରେ ଗତ ଦୁଇ ସପ୍ତାହ ହେବ ଅନୀଲ ପୁରୀ ଜିଲାପାଳଙ୍କ କାର୍ଯ୍ୟାଳୟଆଗରେ ଆହୋରାତ୍ର ଶୀତ କାକରକୁ ଖାତିର ନ କରି ଧାରଣା ଦେଇଥିଲେ । ଏହି ପ୍ରସଙ୍ଗକୁ ନେଇ ଇଣ୍ଟର ନ୍ୟାସିନାଲ ହ୍ୟୁମାନ ରାଇଟ କାଉଁସିଲର ରାଜ୍ୟ ସଭାପତି ସନ୍ଧ୍ୟାରାଣୀ ଦଳେଇ ଅନୀଲ ଗୋଛିକାରଙ୍କୁ ସମର୍ଥନ କରି ଧାରଣାରେ ଆଜି ସକାଳୁ ବସିଥିଲେ । ଏନେଇ ପୁରୀ ଜିଲ୍ଲାପାଳଙ୍କୁ ପଚାରିବାରୁ ଏନେଇ ବିଚାର କରିବେ ବୋଲି ସେ କହିଛନ୍ତି । ଏହିକ୍ରମରେ ଜିଲାପାଳ ଅନିଲଙ୍କ ସହ ଆଲୋଚନା କରି ତାଙ୍କର ଦାବି ପୂରଣ ନେଇ ୭ଦିନ ଭିତରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ପ୍ରଶାସନ ଉପରେ ଅନିଲ ଭରସା କରି ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ସରକାର ନିଶ୍ଚିତ ସମସ୍ତ ଦାବି ପୂରଣ କରିବେ ଓ ଆଉ ତାଙ୍କୁ ନିରାଶ କରିବେନି ବୋଲି ଅନିଲ ଆଶା ରଖିଛନ୍ତି ।

Leave a Reply

Your email address will not be published. Required fields are marked *