ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ

Spread the love

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ । ଆଜି ସିବିଆଇ ଚୂଡାନ୍ତି ଚାର୍ଜସିଟ୍ ଦାଖଲ କରିଛି । ୨୨ ବର୍ଷ ପରେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଧରାପଡିବା ପରେ ଏହି ଘଟଣା ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏହାପରେ ଘଟଣାର ପୁରା ତଦନ୍ତ ସିବିଆଇ କରୁଥିଲା ଯାହାର ଚାର୍ଜସିଟ୍ ଆଜି ସିବିଆଇ ଦାଖଲ କରିଛି ।

ଚାର୍ଜସିଟ୍ ରେ ପୁରା ଘଟଣାକ୍ରମ ଉଲ୍ଲେଖ କରାଯିବା ସହିତ ଘଟଣାରେ କେଉର୍ମାନେ ସମ୍ପୃକ୍ତ ଥିଲେ ତାହା ମଧ୍ୟ ଉଲ୍ଲେକ କରାଯାଇଛି ବୋଲି ସୂଚନା ମିଳିଛି । ବିବନ ଗିରଫ ହେବା ପରେ କୋଲିସ୍ ମୁକ୍ୟ ଅଭିଯୁକ୍ତର ବୟାନ୍ ରେକର୍ଡ କରିବା ସହିତ ପୁଣି ଥରେ ଘଟଣାସ୍ଥଳକୁ ନେଇ ୨୨ ବର୍ଷ ତଳର ସିନ୍ ରିକ୍ରିଏସ୍ ମଧ୍ୟ କରାଇଥିଲା ଯାହା ଏକ ବଡ଼ ପ୍ରମାଣ ଭାବରେ ଏହି ଚାଜ୍‌ର୍ସିଟ୍ ରେ ଉଲ୍ଲେଖ କରାଯାଇଥାଇ ପାରେ ବୋଳି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *