ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ଭୀମ ନଗରୀ ଥାନ ର ବାର୍ଷିକ ସମ୍ମିଳନୀ ଥାନ ସଭାପତି ଗୋବର୍ଦ୍ଧନ ନାୟକ ଙ୍କ ଅଧ୍ୟକ୍ଷତାରେ ଫେବୃଆରୀ ମାସ ବାଇଶି ତାରିଖ ଅପରାହ୍ନ ରେ ଝାରଦାଗ୍ରାମର ପୁର୍ଣ୍ଣଚନ୍ଦ୍ର ମହାନ୍ତି ଙ୍କ ବାସଭବନ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ କେନ୍ଦୁପାଟଣା ର ମଣ୍ଡଳ କେନ୍ଦ୍ରୀୟ ସମ୍ପାଦକ ସନ୍ତୋଷ କୁମାର ସାହୁ, ସମ୍ମାନିତ ଅତିଥି କେନ୍ଦ୍ରୀୟ କୋଷାଧ୍ୟକ୍ଷ କେନ୍ଦୁପାଟଣା ଅଶୋକ କୁମାର ସାହୁ, କେନ୍ଦ୍ରୀୟ ସଂଗଠନ ସମ୍ପାଦକ ସୁଶାନ୍ତ କୁମାର ପୃଷ୍ଟି,ସହ ସମ୍ପାଦକ ଶ୍ରୀନିବାସ ପ୍ରୁଷ୍ଟି, ମହିଳା ମୋର୍ଚ୍ଚା ସଭାପତି ସସ୍ମିତା ନାୟକ ଉପସ୍ଥିତ ହୋଇ ଉଦ୍ ବୋଧନ ଦେବା ସଙ୍ଗେ ସଙ୍ଗେ କେନ୍ଦ୍ର ସଂଗଠନ ର ଘର ନିର୍ମାଣ ପାଇଁ ସହଯୋଗ ଲୋଡ଼ିଥିଲେ। ମଞ୍ଚାସୀନ ଅତିଥି ଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ନିଖିଳ ଉତ୍କଳ ବୈଶ୍ଯ ଶିକ୍ଷକ ଗୈାରବ ର ବିଭୂଷିତ ରାଜ୍ୟ ପ୍ରକ୍ରୁତିବନ୍ଧୁ, ରାଷ୍ଟ୍ରପତି,ଓ ଆନ୍ତର୍ଜାତୀୟ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁ ଙ୍କୁ କେନ୍ଦୁପାଟଣା ମଣ୍ଡଳ ତରଫରୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ବାର୍ଷିକ ବିବରଣୀ ସମ୍ପାଦକ ବିଜୟ କୁମାର ପୃଷ୍ଟି ପ୍ରଦାନ କରିଥିଲେ। ହରିହର ସାହୁ ଅତିଥି ପରିଚୟ ଓ ସଂଯୋଜନା କରିଥିବା ବେଳେ ଶରତ ଚନ୍ଦ୍ର ପ୍ରୁଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ। ଭୀମ ନଗରୀ ଥାନ ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *