ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ବାର୍ଷିକ କ୍ରୀଡା ଉତ୍ସବ

Spread the love

କଟକ,(ନାଗରାଜ ନ୍ୟୁଜ): ବିଦ୍ୟାଧରପୁର ବିଦ୍ୟାଳୟ ସମୂହର ୩୩ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ଦୁଇ ଦିନିଆ ଏହି ଉତ୍ସବର ଉଦଯାପନୀ ସମାରୋହରେ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସାହୁ ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ୫୫ନମ୍ବର ୱାର୍ଡ କର୍ପୋରେଟର ବିଶ୍ୱବନ୍ଦିତା ପଣ୍ଡା,ବିଦ୍ୟାଧରପୁର ପୁଜାକମିଟି ର ଉପ ସଭାପତି ରାଜେନ୍ଦ୍ର ପ୍ରସାଦ ଚୌଧୁରୀ, ଦିଲ୍ଲୀପ ମହାରଣା, ଟାଙ୍ଗୀ ବ୍ଲକ ଶିକ୍ଷା ଅଧିକାରୀ ସରୋଜିନୀ ସାହୁ, କଟକ ସଦର ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ବିଜୟୀ ପ୍ରଭା ଦାସ, ରବୀନ୍ଦ୍ର କୁମାର ବେହେରା,ପ୍ରାକ୍ତନ ପ୍ରଧାନ ଶିକ୍ଷକ ମୂରଲୀଧର ବାରିକ, ତୋଫାନ କୁମାର ସାହୁ,ପରିଚାଳନା କମିଟି ର ସଭାପତି ମମତା ମୁଖୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ବାଳିକା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଗତା ଜ୍ୟୋତ୍ସ୍ନା ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ଜୟସ୍ମୀତା ପତି,ପୂର୍ଣ୍ଣିମା ସ୍ଵାଇଁ, ପଦ୍ମିନୀ ବେହେରା ଙ୍କୁ ଟ୍ରଫି ଏବଂ ମାନ ପତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ କ୍ରୀଡା ଓ ଶିକ୍ଷାରେ କୃତ କାର୍ଯ୍ୟ ହୋଇଥିବା ସପ୍ତମ ଶ୍ରେଣୀର ଛାତ୍ରୀ ଶୁଭ୍ଦର୍ଶିନି ପଣ୍ଡା, ଉତ୍ତମ ସ୍ୱାସ୍ଥ୍ୟ ଓ ସ୍ଵଚ୍ଛ ତାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ମହାରଣା, ଷଷ୍ଠ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ପଣ୍ଡା, ଅଭିପ୍ସା ସାହୁ,ଙ୍କୁ ପୁରସ୍କୃତ କରାଯାଇଥିଲା।କନିଷ୍ଠ ବିଭାଗରେ ଅଂଶିକା ମୁଖୀ ବରିଷ୍ଠ ବିଭାଗରେ l ନବମ ଶ୍ରେଣୀ ଛାତ୍ରୀ ବର୍ଣ୍ଣାଳୀ ସେଠୀ ଚମ୍ପିୟାନ ହୋଇଥିଲେ । ଖେଳ ଶିକ୍ଷୟତ୍ରୀ ବାସନ୍ତୀ ବେହେରା, ଶିକ୍ଷକ ହୃଷିକେଶ ମହାନ୍ତି କ୍ରୀଡା ପ୍ରତିଯୋଗିତା କୁ ପରିଚାଳନା କରିଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ସୁପ୍ରଭା ପଣ୍ଡା, କଳ୍ପନା ରାଉତ,କବିତା ଆଚାର୍ଯ୍ୟ, ନମିତା ମହାନ୍ତି, କଲ୍ୟାଣୀ ଦେ, ରିନାଖି ଷଡଙ୍ଗୀ, ବିଶ୍ୱଜିତ୍ ଜେନା, ସ୍ମିତା ସେଠୀ, ଉର୍ମିଳା ପଣ୍ଡା, ଜୟଶ୍ରୀ ସାହୁ,ଗୀତାଞ୍ଜଳି ସ୍ଵାଇଁ, ସୁପ୍ରିୟା ସେନାପତି,ଭାଗ୍ୟଶ୍ରୀ ରାଉତ,ସୁଶାନ୍ତ ପରିଡ଼ା,ମମତା ପଟ୍ଟନାୟକ, ବିଦ୍ୟାଳୟର ଉପଦେଷ୍ଠା ଗୋକୁଳାନନ୍ଦ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଞ୍ଜୁଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *