କଟକ ଜିଲ୍ଲାରେ ୧୫୩ କୋଟି ୫୧ ଲକ୍ଷ ଟଙ୍କାର ବୃହତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ

Spread the love

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ୧୫୩ କୋଟି ୫୧ ଲକ୍ଷ ଟଙ୍କାର ଗୋଟିଏ ବୃହତ ପାନୀୟ ଜଳ ପ୍ରକଳ୍ପ ଅନୁମୋଦନ କରାଯାଇଛି।ଏହି ପ୍ରକଳ୍ପ ଦ୍ୱାରା ସାଲେପୁର ନିର୍ବାଚନ ମଣ୍ଡଳୀ ରେ ଥିବା ୧୩ ଟି ଗ୍ରାମ ପଞ୍ଚାୟତ ,ଟାଙ୍ଗୀ ଚୌଦ୍ୱାର ବ୍ଲକ 5 ଗୋଟି ଗ୍ରାମପଞ୍ଚାୟତଓ ଆଠଗଡ ରେ ଥିବା 5 ଟି ଗ୍ରାମ ୧୪୯ ଗ୍ରାମ ବସବାସ କରୁଥିବା ୧.୪୭.୫୪୨ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇ ଉପକୃତ ହେବେ। କଟକ ସର୍କିଟ ହାଉସ ରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ପ୍ରଶାନ୍ତ ବେହେରା , ବିଧାୟକ ସୌଭିକ ବିଶ୍ୱାଳ ରହି । ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କ ସମେତ ଦୁଇ ବିଧାୟକ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି। ସମସ୍ତ ପ୍ରକଳ୍ପ ଗୁଡିକ ୨୪ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *