ଆଜିଠାରୁ ୨୦ଟି ଜିଲ୍ଲାରେ କୋହଳ ହେବ କଟକଣା

Spread the love

ଭୂବନେଶ୍ଵର: ଆଜିଠାରୁ ଜୁଲାଇ ୧୬ ଯାଏଁ ୨୦ଟି ରାଜ୍ୟରେ ଲକ୍‌ଡାଉନର ନିୟମବଳୀ କୋହଳ ହେଉଛି । ଏହାସହ ବାକି ୧୦ଟି ଜିଲ୍ଲାରେ ଲକଡାଉନ ସାମାନ୍ୟ କୋହଳ ହେଉଛି । ବିଶେଷତଃ ସଂକ୍ରମଣ କମିନଥିବା ଜିଲ୍ଲାକୁ ବି କଟାଗୋରୀରେ ରଖାଯାଇଛି ଯେଉଁଠାରେ ପୂର୍ବଭଳି କଟକଣା ବଳବତ୍ତର ରହିବ, କିନ୍ତୁ ସାମାନ୍ୟ କୋହଳ କରାଯିବ ।

ସଂକ୍ରମଣ ୫ ପ୍ରତିଶତରୁ କମ୍ ରହିଥିବା ସ୍ଥାନଗୁଡିକ କାଟାଗୋରୀ ଏରେ ରହିଛି । ପଜିଟିଭିଟି ରେଟ୍ ଥିବା ଜିଲ୍ଲା ଗୁଡ଼ିକୁ ପୂର୍ବ ଭଳି କାଟାଗୋରୀ-ଏରେ ଆଉ ୩ ଜିଲ୍ଲା ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ସାମିଲ ପରେ ମୋଟ୍ ଜିଲ୍ଲା ସଂଖ୍ୟା ୨୦ରେ ପହଞ୍ଚିଛି। ବାକି ୧୦ ଜିଲ୍ଲା କାଟାଗୋରୀ ‘ବି’ରେ ରହିଛି।

କାଟାଗୋରୀ-‘ଏ’ରେ ଆସୁଥିବା ୨୦ ଜିଲ୍ଲାରେ ଏଣିକି ସକାଳ ୬ରୁ ସଂଧ୍ୟା ୬ଟା ଯାଏ ସବୁ ଦୋକାନ ବଜାର ଖୋଲିବ। ଦୈନିକ ଓ ସାପ୍ତାହିକ ହାଟ ବସିବାକୁ ବି ଅନୁମତି ମିଳିଛି। ଏହି ୨୦ ଜିଲ୍ଲା ମଧ୍ୟରେ ସିଟିଂ ସହ ବସ୍ ସେବାକୁ ଅନୁମତି ଦିଆଯାଇଛି। ଡ୍ରାଇଭର୍ ବ୍ୟତୀତ ଦୁଇ ଜଣ ଯାତ୍ରୀଙ୍କୁ ନେଇ ଟ୍ୟାକ୍ସି ଓ ଅଟୋ ଚଳାଚଳକୁ ଗ୍ରୀନ୍ ସିଗ୍ନାଲ୍ ମିଳିଛି। ଅନ୍ୟପକ୍ଷରେ ଏହି ୨୦ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌କୁ ଉଠାଇ ଦିଆଯାଇଛି। ତେବେ ନାଇଟ୍ କର୍ଫ୍ୟୁ ଜାରି ରହିବ।

କାଟାଗୋରୀ ‘ବି’ରେ ଆସୁଥିବା ୧୦ ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ସବୁ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ତେବେ ମଲ୍, ବିୟୁଟି ପାର୍ଲର, ସ୍ପା, ଜିମ୍, ଦୈନିକ ଓ ସାପ୍ତାହିକ ହାଟ ବନ୍ଦ ରହିବ। ଏସବୁ ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇ ନାହିଁ। ଆଉଟ୍ ଡୋର୍ ସୁଟିଂକୁ ଅନୁମତି ମିଳିଥିଲେ ବି ଇନ୍‌ଡୋର୍‌ ସୁଟିଂ ହୋଇପାରିବ ନାହିଁ। ଏ ସବୁ ଜିଲ୍ଲାରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍‌ କର୍ଫ୍ୟୁ ବଳବତ୍ତର ରହିବ।

ଉଠା ଦୋକାନୀ ଗୁଡ଼ିକ ନିର୍ଦ୍ଧାରିତ ସମୟ ମଧ୍ୟରେ ଦୋକାନ ଖୋଲିପାରିବେ। କିନ୍ତୁ ଖାଦ୍ୟ ସାମଗ୍ରୀ କେବଳ ପାର୍ସଲ ଦେବେ। ସ୍କୁଲ୍, କଲେଜ୍, ଧାର୍ମିକ ଅନୁଷ୍ଠାନ, ମଲ୍, ସିନେମା ହଲ୍, ପାର୍କ ଏବେ ଖୋଲିବ ନାହିଁ । କୌଣସି ସାମାଜିକ, ସାଂସ୍କୃତିକ କି ଧାର୍ମିକ କାର୍ଯ୍ୟକ୍ରମ ବି ହୋଇପାରିବ ନାହିଁ। ସେହିପରି ବାହାଘର, ଶୁଦ୍ଧିକାର୍ଯ୍ୟ ପାଇଁ ଥିବା କଟକଣା ପୂର୍ବଭଳି ବଳବତ୍ତର ରହିବ। ବାହାଘର, ଶୁଦ୍ଧି କାର୍ଯ୍ୟରେ ଭୋଜି ପାଇଁ ଅନୁମତି ଦିଆଯାଇନାହିଁ। କର୍ତ୍ତା ଚାହିଁଲେ ଖାଦ୍ୟ ପାର୍ସଲ ଦେଇ ପାରିବେ।

Leave a Reply

Your email address will not be published. Required fields are marked *