ଏଏସଓ ପରୀକ୍ଷା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ରେ ଚଳିତ ମାସ ୨୭ ତାରିଖରେ ଏ ଏସ ଓ ପରୀକ୍ଷା ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳା ର ସହ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସଦଭାବନା ସଭାଗୃହ ପରିସରରେ ଆଜି ଅପରାହ୍ନ ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ଏହି ପରୀକ୍ଷାକୁ ସ୍ୱଛ ଓ ନିରପେକ୍ଷତା ର ସହ ପରିଚାଳନା କରିବାକୁ ପରାମର୍ଶ ଦେଇଥିଲେ। ଏହି ପରୀକ୍ଷା ଜିଲ୍ଲା ର ୧୫ ଗୋଟି କେନ୍ଦ୍ର ରେ ଅନୁଷ୍ଠିତ ହେବ ଓ ଏଥିରେ ୫୯୧୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସେ କହିଥିଲେ। ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ, ଆସିଷ୍ଟାଣ୍ଡ କୋ ଅର୍ଡିନେଟର ପ୍ରମୁଖ ପରୀକ୍ଷା ପରିଚାଳନା କରିବେ ।

ପ୍ରତି ୪ ଟି କେନ୍ଦ୍ର ପାଇଁ ଜଣେ ଲେଖାଏଁ ବରିଷ୍ଠ ଅଧିକାରୀ ଦାୟିତ୍ବରେ ରହିବେ। ପରୀକ୍ଷା କେନ୍ଦ୍ର ଗୁଡିକୁ ସଠିକ ଭାବେ ପ୍ରସ୍ତୁତ କରିବା, ଉପଯୁକ୍ତ ଯାଚଂ କରି ପରୀକ୍ଷାର୍ଥୀ ଙ୍କୁ କେନ୍ଦ୍ର କୁ ଛାଡ଼ିବା,ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା, ପରୀକ୍ଷା ନିୟନ୍ତ୍ରକଙ୍କ ନିୟମାବଳୀ ଆଧାର ରେ ଅନୁମୋଦିତ ପଦାର୍ଥ ବ୍ୟତୀତ ଅନ୍ୟ କୌଣସି ପଦାର୍ଥ କୁ ପରୀକ୍ଷା କେନ୍ଦ୍ରକୁ ନ ଛାଡିବା କୁ ସେ ପରାମର୍ଶ ଦେଇଥିଲେ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ କୈଳାସ ଚନ୍ଦ୍ର ନାୟକ, ପୁଲିସ ଡି ଏସ ପି ଶ୍ରୀ ହେମନ୍ତ କୁମାର ପଣ୍ଡା, ପିକେଡିଏ ର ସଂପାଦକ ଶ୍ରୀ ଲଲାଟେନ୍ଦୁ ସାହୁ,ଡେପୁଟି କଲେକ୍ଟର ସଂସ୍ଥା ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର,ସମସ୍ତ ପରୀକ୍ଷା କେନ୍ଦ୍ର ର ସୁପରିଣ୍ଟେଣ୍ଡେଣ୍ଡ ଓ ଅନ୍ୟାନ୍ୟ ଦାୟିତ୍ୱ ରେ ଥିବା ଅଧିକାରୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *