ପୁରୀ, (ନାଗରାଜ ନ୍ୟୁଜ): ଭାରତୀୟ ଜନ ଔଷଧ ଦିବସକୁ ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୭ ତାରିଖରେ ପାଳନ କରାଯାଏ । ସରକାରଙ୍କର ଯେଉଁ ଜନ ଔଷଧି ଗୁଡ଼ିକ ରହିଛି । ତାହା ଜନ ସାଧାରଣଙ୍କ ନିକଟରେ ପହଂଚି ପାରୁନାହିଁ । ତେଣୁ ଏହି ସୁବିଧାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପୁରୀର ବାଲୁକା ଶିଳ୍ପୀ ଏକ ନିଆରା ସଚେତନ ବାର୍ତା ବାଲୁକା କଳା ମାଧ୍ୟମରେ ପ୍ରଦାନ କରିଛନ୍ତି । ଯାହାକି ଏହି ବାଲୁକା କଳାକୁ ପ୍ରସ୍ତୁତ କରିବା ନିମନ୍ତେ ତାଙ୍କୁ ୧୦ ଘଣ୍ଟାର ସମୟ ଲାଗିଛି । ଏହା ୧୫ ଫୁଟ ଲମ୍ବ ଏବଂ ୮ ଫୁଟ ଉଚ୍ଚତାରେ ତିଆରି କରାଯାଇଛି । ଏହି ସଚେତନତା ବାର୍ତାକୁ ସେ ସମୁଦ୍ର ବାଲିରେ ପ୍ରସ୍ତୁତ କରିଛନ୍ତି । ଏହାକୁ ଦେଖିବା ପାଇଁ ସମୁଦ୍ର କୂଳରେ ବୁଲୁଥିବା ଯାତ୍ରୀ ମାନଙ୍କର ଭିଡ ଜମିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖି ଯାତ୍ରୀ ମାନେ ଖୁସି ହେଉଥିବା ନଜର ଆସିଛି ।
ପୁରୀରୁ ଲକ୍ଷ୍ମଣ ପଣ୍ଡାଙ୍କ ରିପୋର୍ଟ