ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ସଚେତନତା ରଥ ପରିକ୍ରମା

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ସଦର ମହକୁମାରେ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ଅବସରରେ ରଥ ପରିକ୍ରମା ଆରମ୍ଭ କରିଛି । ଏହି ରଥକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଥିରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ତନ୍ମୟ କୁମାର ଦରୱାନ, ସ୍ୱଳ୍ପ ସଂଚୟ ଅଧିକାରୀ ସ୍ମୃତିରଞ୍ଜନ ମହାପାତ୍ର, ସ୍ୱଳ୍ପ ସଂଚୟ ତଥା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଅଭିଲିପ୍ସା ବିଶ୍ୱାଳ, ସ୍ୱଳ୍ପ ସଂଚୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଭବିଷ୍ୟତ ପାଇଁ ଆର୍ଥିକ ସୁରକ୍ଷାର ବାର୍ତ୍ତା ବହନ କରି ସହର ମଧ୍ୟରେ ଏହି ସଚେତନତା ରଥ ପରିକ୍ରମାରେ ବିଭାଗର ସମସ୍ତ କର୍ମଚାରୀ, ପୋଷ୍ଟାଲ ଏଜେଣ୍ଟ ଶୋଭାଯାତ୍ରାରେ ସାମିିଲ ହୋଇଥିଲେ ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *