ମା ଭଟ୍ଟାରିକାଙ୍କ ଆୟୁଧ ଶୋଭାଯାତ୍ରା

Spread the love

ବଡ଼ମ୍ବା,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ଙ୍କର ଅନୁଷ୍ଠିତ ହୋଇଯାଇଛି ଆୟୁଧ ଶୋଭାଯାତ୍ରା।ପ୍ରତ୍ୟେକ ବର୍ଷ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ 16 ଦିନ ଧରି ମାଆଙ୍କର ଦଶହରାର ଷୋଡଶ ପୂଜା ଅନୁଷ୍ଟିତ ହୋଇଥାଏ।ଏହି ମୂଳାଷ୍ଟମୀ ଠାରୁ ମାଆଙ୍କର ଷୋଡଶ ଉପଚାରରେ ଦଶହରା ପୂଜାର ଶୁଭାରମ୍ଭ ହୋଇଥାଏ।ଆଜି ଦିନରେ ସସାଙ୍ଗ ଗ୍ରାମରେ ଥିବା ମାଆଙ୍କର ଗନ୍ତାଘରୁ ମାଆଙ୍କର ଆୟୁଧ ମାଙ୍କ ମନ୍ଦିରକୁ ଆସିଥାଏ।ବିରାଟ ଶୋଭାଯାତ୍ରା ସହ ମାଙ୍କ ଆୟୁଧ ମନ୍ଦିରକୁ ଆସିଥାଏ।ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ମାଆଙ୍କର ସମସ୍ତ ସ୍ବର୍ଣ୍ଣ ଅଳଙ୍କାରକୁ ମୁଖ୍ୟ ପୂଜକଙ୍କୁ ହସ୍ତାନ୍ତର କରାଯାଇଛି।ମୂଳାଷ୍ଟମୀ ଠାରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ମା ଭଟ୍ଟାରିକା ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇ ବିଭିନ୍ନ ବେଶରେ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।ମାଆଙ୍କର ଏହି ଆୟୁଧ ଯାତ୍ରା ଦେଖିବାକୁ ଆଖପାଖ ଅଂଚଳରୁ ଶତାଧିକ ଶ୍ରଦ୍ଧାଳୁ ମାନଙ୍କର ଭିଡ ଲାଗିଥାଏ।ବଡ଼ମ୍ବା ଦେବୋତ୍ତର ବିଭାଗ ଓ ମନ୍ଦିର ସେବାୟତ ମାନଙ୍କ ସହଯୋଗରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।ସବୁଠାରୁ ବଡ଼ କଥା ହେଲା ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିନଥିବା ବେଳେ ଚଳିତ ବର୍ଷ କରୋନା କଟକଣା ହଟିଯାଇ ଥିବାରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଲିଛି।ଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ କୁ ଦେଖି ବଡ଼ମ୍ବା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *