ଆଜାଦୀକା ଅମୃତ ମହୋତ୍ସବ ପ୍ରତିଯୋଗିତା

Spread the love

କଟକ,(ନାଗରାଜ ନ୍ୟୁଜ): ସ୍ଥାନୀୟ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଶାତ୍ମବୋଧକ ଓଡିଆ ଓ ହିନ୍ଦୀ କବିତା, ଓଡିଶୀ ନୃତ୍ୟ ଓ ଭାରତର ମୁକ୍ତି ସଂଗ୍ରାମ ଆଧାରିତ କ୍ଵିଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜ କାର୍ଯ୍ୟକ୍ରମ ଉଦ୍ଘାଟନ କରି ଭାରତର ମୁକ୍ତି ସଂଗ୍ରାମରେ ଯୋଗଦାନ କରିଥିବା ଆଞ୍ଚଳିକ ମୁକ୍ତି ଯୋଦ୍ଧାମାନଙ୍କୁ ଲୋକଲୋଚନକୁ ଆଣିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୃତ୍ୟ,କବିତା, ଦେଶାତ୍ମବୋଧକ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରୀ ଲିଙ୍ଗରାଜ ସାହୁ, ଦେବାଶିଷ ସେଠୀ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଶୁତୋଷ ମିତ୍ର ଓ ଶୁଭମ ଶୁଭଦର୍ଶୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। କ୍ଵିଜରେ ସତ୍ୟମ ମହାପାତ୍ର ପ୍ରଥମ, ଶୁଭମ ଦାଶ ଓ ହରପ୍ରିୟା ସାହୁ ଯୁଗ୍ମ ଦ୍ଵିତୀୟ ଓ ଦେବାଶିଷ ସେଠୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷ ପୁରସ୍କୃତ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ଡଃ ଧରଣୀଧର ପଣ୍ଡା, ଡଃ ଅରୁଣ କୁମାର ଦାଶ,ଡଃ ରେଖା ପଣ୍ଡା, ପ୍ରାଧ୍ୟାପକ ଦେବାଶିଷ ମହାନ୍ତି,ଡଃ ସଂଘମିତ୍ରା ଦ୍ଵିବେଦୀ ଆରତୀ ଦାସ, ଡଃ ସୁସ୍ମିତା ସାହୁ, ଅଜନ୍ତା ଦାସ, ଡଃ ତୃପ୍ତି ମହାନ୍ତି, ଶାନ୍ତନୁ ପଣ୍ଡା ଅଧ୍ୟାପକ,ଅଧ୍ୟାପିକା ଓ କର୍ମଚାରୀମାନେ ଦେଶାତ୍ମବୋଧକ କବିତା ପାଠ କରିଥିଲେ ।ଶେଷରେ ଅଧ୍ୟକ୍ଷ ବିଜେତାମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *