ଇଥ।ନଲ କମ୍ପାନୀ ନିର୍ମାଣକୁ ବିରୋଧ, ରାସ୍ତା ରୋକ କଲେ ବାଆଁରା ପଞ୍ଚାୟତ ନୂଆସାହି ଲୋକେ

Spread the love

ବାଙ୍କୀ,(ନାଗରାଜ ନ୍ୟୁଜ): ଇଥ।ନଲ କମ୍ପାନୀ ନିର୍ମାଣକୁ ବିରୋଧ କରି କଟକ ବାଙ୍କୀ ମୁଖ୍ୟ ରାସ୍ତାର କଇଁଆ ଛକ ଠାରେ ରାସ୍ତା ରୋକ କଲେ ବାଆଁରା ପଞ୍ଚାୟତ ନୂଆସାହି ଲୋକେ । ଯାନବାହାନ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ । ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ଚାରି ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ । ଘଟଣାରେ ସାମିଲ ହେଲେ କଂଗ୍ରେସ୍ ନେତା ଦେବାଶିଷ ପଟ୍ଟନାୟକ । ବାଙ୍କୀ ଥାନା ଅନ୍ତର୍ଗତ ଵାଆଁରା ପଂଚାୟତର ନୁଆସାହି ଠାରେ ୨୬ଏକର ପରିଧି ମଧ୍ୟରେ କଟକ ଆଗ୍ରିଭେଟ ନାମକ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଇଥାନଲ କମ୍ପାନୀ ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀ ଙ୍କ ପକ୍ଷରୁ ପୂର୍ବରୁ ହୋଇଥିଲା ଘୋର ବିରୋଧ. ଯାହାକୁ ନେଇ କମ୍ପାନୀ ନିର୍ମାଣ କାର୍ଯ୍ୟ ରହିଥିଲା ସ୍ଥଗିତ . ପରେ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ଙ୍କ ଅଧକ୍ଷାତାରେ ଗ୍ରାମବାସୀ ଓ କମ୍ପାନୀ କର୍ତ୍ତୃପକ୍ଷ ଙ୍କ ମଧ୍ୟରେ ହୋଇଥିଲା ଦୁଇ ପାକ୍ଷୀଙ୍କ ଆଲୋଚନା. ଯାହା ରହିଥିଲା ବିଫଳ.ଫଳରେ କମ୍ପାନୀ ନିର୍ମାଣ କାର୍ଯ୍ୟ ରହିଥିଲା ସ୍ଥଗିତ.ଏବେ ପୁଣି ଥରେ ଗ୍ରାମବାସୀଙ୍କ ବିନା ସହମତିରେ କିଛି ଦିନରେ ବ୍ୟବଧାନ ପରେ ସେହି ସ୍ଥାନରେ ପ୍ରଶାସନ ୧୪୪ ଧାରା ଲାଗୁ କରି ପୁନଃ କେମିକାଲ କମ୍ପାନୀ ନିର୍ମାଣ ପାଈଁ କାମ ଆରମ୍ଭ କରିଛି.ଯାହାକୁ ଘୋର ବିରୋଧ କରି ଆଜି ଶତାଧିକ ଗ୍ରାମ ବାସୀ ରାସ୍ତା ରୋକ କରିଛନ୍ତି . ଦାବି ସମ୍ପୂର୍ଣ୍ଣ ଏଠାରେ ନିର୍ମାଣ ହେବାକୁ ଥିବା ଏହି କେମିକାଲ ଫ୍ୟାକ୍ଟ୍ରି କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି ।

Leave a Reply

Your email address will not be published. Required fields are marked *