ଭାର୍ଗବୀ ନଦୀରେ ବୁଡ଼ ପକାଇଲେ ବାବା ବରାଳ ବାଲୁଙ୍କେଶ୍ୱର ଓ ହରିଆବୁଢ଼ା ଠାକୁର

Spread the love

ପୁରୀ, (ନାଗରାଜ ନ୍ୟୁଜ): ଗତକାଲି ଥିଲା ସାଗରାସ୍ନାନ ବୁଡ଼ ଏହା ସାରା ବିଶ୍ୱରେ ବାରୁଣୀ ବୁଡ଼ ନାମରେ ବିଭିନ୍ନ ଜାଗାରେ ଉର୍ଷବ ପାଳିତ ହେଉଛି। କିନ୍ତୁ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ଉତ୍କଳମଣି ଗୋପବନ୍ଧୁଙ୍କ ଗ୍ରାମ ବଳପୁର ପଂଚାୟତ ସୁଆଣ୍ଡୋ ସେତୁ ନିକଟରେ କୋଉ ପୁରୁଣା କାଳରୁ ହରିହରଙ୍କର ସାଗରାସ୍ନାନ ବୁଡ ପ୍ରଥା ଚାଲିଆସୁଛି। କିନ୍ତୁ ଗତ କୋଭିଡ ଦୁଇବର୍ଷ ଭିତରେ ସବୁକିଛି ବନ୍ଦଥିଲା। ଚଳିତବର୍ଷ ଏହିବୁଡ଼କୁ ଧୁମଧାମରେ ପାଳନ କରୁଛନ୍ତି ଅଞ୍ଚଳ ବାସୀ। ଏଠାରେ ବରାଳ ଗ୍ରାମରୁ ବାବା ବାଲୁଙ୍କେଶ୍ୱର ଓ ବଳପୁର ଗ୍ରାମରେ ଥିବା ହରିଆବୁଢ଼ା ଠାକୁର ସାଗରାସ୍ନାନ ବୁଡ କ୍ଷେତ୍ର ଭାର୍ଗବୀ କୂଳକୁ ଝାଞ୍ଜକୀର୍ତନ ଘଣ୍ଟଘଣ୍ଟା ହରିବୋଲ ହୁଳହୁଳି ରେ ଦୋଳରେବସି ଭାର୍ଗବୀ ନଦୀକୁ ଆସିଥିଲେ ସେଠାରେ ହରିହର ଭେଟ ହୋଇଥିଲା ଦୁଇଠାକୁର ଙ୍କର ସେବକ ମାନେ ଠାକୁର ମାନଙ୍କୁ ହାତରେ କୋଳେଇ ଧରି ନଦୀକୁ ବୁଡ଼ ପକାଇବା କୁ ନେଇଥିଲେ ଏହିସମୟରେ ନଦୀକୂଳରେ ଲକ୍ଷ ଲକ୍ଷ ଭକ୍ତ ଅପେକ୍ଷା କରି ରହିଥିଲେ ହରିବୋଲ ହୁଳହୁଳି ରେ ମହାଆନନ୍ଦରେ ଠାକୁର ଙ୍କ ସହିତ ବୁଡ଼ ପକାଇଥିଲେ ।

ଏହି ବୁଡ଼ ବେଳେ ଭକ୍ତମାନେ ମାନସିକ ରଖି ବୁଡ ପକାଇଲେ ତାହା ନିଶ୍ଚିତ ପୁରଣ ହୋଇଥାଏ। ଯେଉଁମାନଙ୍କର ପିଲାପିଲି କିଛି ନହୁଅନ୍ତି ସେମାନେ ଏହି ଠାକୁର ମାନଙ୍କ ବୁଡ଼ ସମୟରେ ବୁଡ ପକାଇଲେ ପିତାମାତା ହେବାର ସୁଖ ଲଭନ୍ତି।ଏଠାରେ ରାତିରେ ମେଲନପଡ଼ିଆରେ ଠାକୁରମାନେ ଦୋଳବେଦୀ ରେ ବସିଥିଲେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । ଏହି ମେଳଣ ପଡ଼ିଆରେ ଲକ୍ଷ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଓଡ଼ିଶାର ବିଭିନ୍ନ ଜାଗାରୁ ଭକ୍ତମାନେ ମାନସିକ ପୂରଣ କରିବାକୁ ଆସିଥିଲେ।

Leave a Reply

Your email address will not be published. Required fields are marked *