କରୋନା ପାଇଁ ବାଲିଯାତ୍ରା ବନ୍ଦ,କଟକ ଜିଲ୍ଲାପାଳଙ୍କ ସୂଚନା

Spread the love

କଟକ: ଚଳିତବର୍ଷ ହେବନି ଐତିହାସିକ ବାଲିଯାତ୍ରା। କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏବର୍ଷ ବାଲିଯାତ୍ରା ବନ୍ଦ ପାଇଁ ନିଷ୍ପତ୍ତି ନେଇଛି କଟକ ଜିଲ୍ଲା ପ୍ରଶାସନ। କୌଣସି ପରିସ୍ଥିତିରେ ଏହି ମହୋତ୍ସବ ସମ୍ଭବ ନୁହେଁ ବୋଲି ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି। ବିଶେଷ କରି ନଭେମ୍ବର ମାସରେ ବାଲିଯାତ୍ରା ହେଉଥିଲା ବେଳେ ଏ ସମୟରେ କୋଭିଡ୍ ସଂକ୍ରମଣ ସ୍ଥିର ରହିଛି। ଆଗକୁ ଶୀତ ଅଧିକ ଅନୁଭୁତି ହେବାକୁ ଯାଉଥିବା ବେଳେ ବାଲିଯାତ୍ରା କରିବା ସମ୍ଭବପର ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି କାର୍ତ୍ତିକ ପୁର୍ଣ୍ଣିମା ରେ ବୋଇତ ବନ୍ଦାଣ ଉତ୍ସବ କୁ ମଧ୍ୟ ଚଳିତ ବର୍ଷ ବାତିଲ୍ କରାଯାଇଛି। ବ୍ୟକ୍ତିଗତ ସ୍ତରରେ ବୋଇତ ବା ଡ଼ଙ୍ଗା ବିଭିନ୍ନ ଜଳାଶୟ ରେ ଭସାଇପାରିବେ। ଅପରପଟେ କାର୍ତ୍ତିକ ମାସର ବଡ଼ଓଷା ପର୍ବ ପଡିଥାଏ। କଟକ ର ଶ୍ରୀ ଶ୍ରୀ ଧବଳେଶ୍ବର ଙ୍କ ପ୍ରସିଦ୍ଧ ବଡ଼ଓଷା ରେ ମଧ୍ୟ ପ୍ରବଳ ଜନସମାଗମ ହୋଇଥାଏ। ଯଦି ଏହି ପର୍ବ ସେଠାରେ ହୁଏ ତେବେ ସଂକ୍ରମଣକୁ ରୋକିବା ମୁସ୍କିଲ୍ ହୋଇପଡିବ। ତେଣୁ ଏ ବର୍ଷ ମଧ୍ୟ ଧବଳେଶ୍ବର ଙ୍କ ପୀଠରେ ବଡ଼ଓଷା ପର୍ବ ବନ୍ଦ ରଖାଯାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି ।

 

Leave a Reply

Your email address will not be published. Required fields are marked *