ବାଲେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦଲାଲମାନଙ୍କ କବଜାରେ

Spread the love

ଖଇରା,(ନାଗରାଜ ନ୍ୟୁଜ): ଘଟଣା ରୁ ପ୍ରକାଶ ବାଲେଶ୍ୱର ଜିଲ୍ଲା ରେ ପରିବହନ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିଲେ ମଧ୍ୟ କିନ୍ତୁ କାର୍ଯ୍ୟାଳୟ ଟି ଦଲାଲ ମାନଙ୍କ କବଜାରେ ରହିଛି. ସରକାର ସାଧାରଣ ଲୋକଙ୍କ ପାଇଁ ସବୁ ପ୍ରକାର ନିୟମ ଲାଗୁ କରୁଥିଲା ବେଳେ କିନ୍ତୁ ଏଠି ନିୟମ ସବୁ ଓଲଟା. ପରିବହନ କାର୍ଯ୍ୟାଳୟ ର କର୍ମଚାରୀ ମାନେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ଜଣେ ଜଣେ ଦଲାଲ ନିଜ ପାଖରେ ରଖି କାଗଜ ପତ୍ର କରିବା ବାହାନାରେ ସାଧାରଣ ଲୋକ ମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଛନ୍ତି ପଚାରିଲେ ଉତ୍ତର ମିଳୁଛି କର୍ମଚାରୀ ଅଭାବ. ଆଞ୍ଚଳିକ ପରିବହନ ଅଧିକାରୀ ସବୁ ଜାଣି ନିରବ କଣ ପାଇଁ ତେବେ ପ୍ରଶ୍ନ ଉଠେ ଆଞ୍ଚଳିକ ପରିବହନ ଅଧିକାରୀ ଏହି ଦଲାଲ ମାନଙ୍କ ଠାରୁ P C ନେଉଛନ୍ତି କି? ସାଧାରଣ ଲୋକ ଦଲାଲ ନ ଧରିଲେ କର୍ମଚାରୀ ମାନେ କାମ କରିବାକୁ ସିଧା ସିଧା ମନାକରିଦେଉଅଛନ୍ତି. ଗୋଟିଏ କାମ ପାଇଁ ସାଧାରଣ ଲୋକ ମାନଙ୍କୁ ବାରମ୍ବାର R T O ଅଫିସ ଦୌଡିବାକୁ ପଡୁଛି. ଏଥିପାଇଁ ଲୋକମାନେ ଅନ୍ୟ ଉପାୟ ନ ପାଇ ବାଧ୍ୟ ହୋଇ ଦଲାଲ ମାନଙ୍କ ହାବୁଡ଼ରେ ପଡୁଛନ୍ତି. ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଏ ଦଲାଲମାନଙ୍କ କବଳରୁ ମୁକ୍ତ ହେବ ଏ ଅଫିସ କେବେ ଦୃଷ୍ଟି ପଡିବଉପରିସ୍ଥ ଅଧିକାରୀ ଙ୍କର

ବାଲେଶ୍ଵର ଜିଲ୍ଲା ଖଇରା ରୁ ଲୋଚନ ରାଉତ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *