ବରପଦା ଏସବିଆଇ ଏଟିଏମ ଲୁଟ

Spread the love

ଢେଙ୍କାନାଳ ଗଂଦିଆ ଥାନା ଅନ୍ତର୍ଗତ ବରପଦା ଏସବିଆଇ ଏଟିଏମ ଲୁଟ।ଗତକାଲି ବିଳମ୍ବିତ ରାତିରେ ଡକାୟତି କରି ଲକ୍ଷାଧିକ ଟଙ୍କା ନେଇ ଛୁ ମାରି ଥିବା ଅନୁମାନ କରାଯାଉଛି।। ବରପଦା ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟକୁ ଥିବା ଏସବିଆଇ ଏଟିଏମ ଲୁଟ ।ଏଟିଏମର ପଛପଟ କ୍କାନ୍ଥ ତାଡି ଗ୍ୟାସ କଟର ସାହାଯ୍ୟରେ ଏଟିଏମ ଲୁଟ ହୋଇଥିବା ସୁଚନା।ବରପଦା ଛକ ନିକଟସ୍ଥ କାଜୁ ଜଙ୍ଗଲରୁ ସନ୍ଦେହ ଜନକ ଭାବେ ଏକ କାର ଜବତ କରିଛି ପୋଲିସ।ଡକାୟତ ମାନେ ଏହି କାର ଛାଡି ପଳାୟନ କରିଥିବା ସନ୍ଦେହ କରାଯାଉଛି। ବ୍ୟାଙ୍କ ୪ଦିନ ଛୁଟି ଥିବାରୁ ଲକ୍ଷାଧିକ ପରିମାଣର ଟଙ୍କା ଲୋଡ କରାଯାଇଥିଲା। ଏନେଇ ଖୋଳତାଡ ଜାରି ରଖିଛି ଗଂଦିଆ ଥାନା ପୋଲିସ।

Leave a Reply

Your email address will not be published. Required fields are marked *