ଗାଁ ଗହଳିରେ ଏବେବି ଭାଗବତ ଟୁଙ୍ଗି ଅବସ୍ଥିତ

Spread the love

ଖଇରା, (ନାଗରାଜ ନ୍ୟୁଜ): ଆଧୁନିକତା ଦୁନିଆରେ ଦିନକୁ ଦିନ ହଜିଗଲାଣି ଭାଗବତ ଟୁଙ୍ଗି । ଆଉ ଶୁଭୁନାହିଁ ସନ୍ଧ୍ୟାବେଳେ ଗାଁ ମୁଣ୍ଡରେ ଭାଗବତ ର ସ୍ୱର। ଶୁଭୁ ନାହିଁ ଭାଗବତ ପାଠର ସୁର ବାଜୁ ନାହିଁ ଖଞ୍ଜଣିର ଶବ୍ଦ।ତଥାପି ଦୀର୍ଘଦିନ ଧରି ଏମିତି ଏକ ଗାଁରେ ବଜାଇ ରହିଛି ଗୀତା, ଭାଗବତ,ପୁରାଣ ଶାସ୍ତ୍ର ସହିତ ଖଞଣୀ ବାଦନର ମଜା।ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଅନ୍ତରା ପଞ୍ଚାୟତ ଅନ୍ତରା ଗ୍ରାମର ସାମଲ ସାହିରେ । ଦୀର୍ଘ ଦଶବର୍ଷ ଧରି ରାଧା ବନ ବିହାରିଙ୍କ ମନ୍ଦିର ବେଢ଼ାରେ ଗୀତା ଭାଗବତ ପାଠ କାର୍ଯ୍ୟକ୍ରମ ଅଧ୍ୟୟନ ହେଉଥିବା ଦେଖିବାକୁ ମିଳିଛି। ଦୈନନ୍ଦିନ ସକାଳେ ରାଧା ବନବିହାରି ଙ୍କ ନୀତିକାନ୍ତି ସେବା ପୂଜା ଆରାଧନା କରାଯିବା ସହିତ ବିଭିନ୍ନ ଫୁଲରେ ରାଧା ବନବିହାରିଙ୍କ ଜୁଗଳ ମୃତ୍ତିକୁ ସୁସଜ୍ଜିତ କରାଯାଇଥାଏ। ଏଥି ସହିତ ଆମ୍ବ,ଖଜୁରୀ ଛେନା ଓ ଫଳ ମୂଳରେ ନୈବେଦ୍ୟ ଲାଗି କରାଯାଇଥାଏ । ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ପରେ ସେହି ଗ୍ରାମର ସାଧୁବାବା ମଣିଭଦ୍ର ମହାରାଜ ଭାଗବତ ପାଠ,ବିଭିନ୍ନ ପୁରାଣ ସହିତ ପ୍ରବଚନ ମଧ୍ୟ ଦେଇଥାନ୍ତି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *