ଭଜନ ସମ୍ରାଟ ଭିକାରୀ ବଳଙ୍କ ଜୟନ୍ତୀ ପାଳିତ

Spread the love

ପୁରୀ,(ନାଗରାଜ ନ୍ୟୁଜ): ଜନ ସମ୍ରାଟ ଭିକାରୀ ବଳଙ୍କ 93 ତମ ଜୟନ୍ତୀ ଶ୍ରୀ ଜଗନ୍ନାଥ କଳା ମହାବିଦ୍ୟାଳୟ ପକ୍ଷରୁ ପାଳିତ ହୋଇଛି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ,ସୀତାର ବାଦକ ରବିନାରାୟଣ ଗୁରୁ, ଗୀତିକାର ବଦ୍ରୀ ମିଶ୍ର, ଭଗବାନ ସୁଆର,ଶ୍ରୀକଣ୍ଠ ମିଶ୍ର,ଚକ୍ରଧର ମହାପାତ୍ର, ଶ୍ୟାମପ୍ରକାଶ ସେନାପତି, ରାଜକିଶୋର ରାଉତ ଅତିଥି ଭାବରେ ଯୋଗଦେଇଥିଲେ। ବିଶିଷ୍ଟ କଣ୍ଠଶିଳ୍ପୀ ତାନସେନ ସିଂଙ୍କୁ ଭିକାରୀ ବଳ ସ୍ମୃତିସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନ ର ସଭାପତି ଶତ୍ରୁଘ୍ନ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ସଂଯୁକ୍ତା ପ୍ରଧାନ, ସୋନାଲି ତିବାରି, ଦୀପାଲି ସାହୁ,କୃଷ୍ଣଚନ୍ଦ୍ର ପାଣି ଓ ଆରଧ୍ୟା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଭଜନ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *