ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ ଅନୁଷ୍ଠିତ

Spread the love

ବାଲେଶ୍ୱର, (ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ନୟାଖଣ୍ଡି ଗ୍ରାମ ବିଦ୍ୟାଧରପୁର ଶାସନରେ ଥିବା ହରିହର ମନ୍ଦିର ପ୍ରାଙ୍ଗଣରେ ଭ୍ରାମ୍ୟମାଣ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯଜ୍ଞକର୍ତ୍ତା ଭାବେ ସର୍ବଶ୍ରୀ ରମାକାନ୍ତ ଶତପଥୀ, ମୁକ୍ତିକାନ୍ତ ଶତପଥୀ ଓ ବିଭୂତି ଭୂଷଣ ତ୍ରିପାଠୀ ଘଟ ଉତ୍ତୋଳନ କରି ସମସ୍ତ କାର୍ୟ୍ୟ ସମ୍ପାଦନ କରିଥିଲେ । ସମିତିର କର୍ମକର୍ତ୍ତା ଓ ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ପତ୍ରୀ, ସାଧାରଣ ସମ୍ପାଦକ ଦ୍ୱାରିକା ନାଥ ଶତପଥୀ, କୋଷାଧ୍ୟକ୍ଷ ଅନାମାନନ୍ଦ ଦାସ, ଉପସଭାପତି ଗୌର ଚନ୍ଦ୍ର ପାଠୀ, ଶରତ ଚନ୍ଦ୍ର ପଣ୍ଡା, ମୁକ୍ତିକାନ୍ତ ପାଢ଼ୀ, କରୁଣାକର ପାଣି, ବିପିନ ବିହାରୀ ତ୍ରିପାଠୀ, ଗଦାଧର ଉପାଧ୍ୟାୟ, ବିରଞ୍ଚି ନାରାୟଣ ପଣ୍ଡା, ନୃସିଂହ ଚରଣ ପାଣି, ଲିଙ୍କୁଆ ପଣ୍ଡା, ଉପେନ୍ଦ୍ର ପ୍ରସାଦ ପାଢ଼ୀ ଓ ଗଗନ ବିହାରୀ ପଣ୍ଡା ପ୍ରମୁଖ ଏଥିରେ ଯୋଗଦାନ କରି ଯଜ୍ଞଟିକୁ ସାଫଲ୍ୟ ମଣ୍ଡିତ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *