ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଥମ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ

Spread the love

ପୁରୀ,(ନାଗରାଜ ନ୍ୟୁଜ): ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡି ପଞ୍ଚାୟତ ଗୋପାଳପୁରଠାରେ ବିଜୁ ପଟ୍ଟନାୟକ ଶିଳ୍ପ ତାଲିମ କେନ୍ଦ୍ରରେ ପ୍ରଥମ ଶିକ୍ଷା ବର୍ଷର ପାଠ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ପୂର୍ବତନ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ଦାସବର୍ମା ଯୋଗଦେଇଛନ୍ତି। ଶ୍ରୀ ଦାସବର୍ମା କହିଛନ୍ତି ଚିଲିକା ଦ୍ବୀପାଞ୍ଚଳରେ ଥିବା ଏହି ଅନୁଷ୍ଠାନ ଓଡ଼ିଶାର କୋଣ ଅନୁକୋଣରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇବ । ଏଠାରେ 104 ଗୋଟି ସିଟ୍ ସହିତ ଚାରିଗୋଟି ବିଭାଗରେ ନାମଲେଖା ଆରମ୍ଭ ହୋଇଛି ଯଥା ୧. ଇଲେକ୍ଟ୍ରିସିଆନ୍, ୨. ଫିଟର, ୩. ଇଲେକ୍ଟ୍ରୋନିକ୍ ମେକାନିକ୍, ୪. ଡ୍ରେସ୍ ମେକାନିକ୍ ସହିତ ପ୍ରଥମ ଶିକ୍ଷା ବର୍ଷରେ ଛାତ୍ରଛାତ୍ରୀ ନାମ ଲେଖିଛନ୍ତି। ଏହି ଶିକ୍ଷା ଅନୁଷ୍ଠାନରେ ଚିଲିକା ଦ୍ବୀପାଞ୍ଚଳର ମେଧାବୀ ଛାତ୍ରଛାତ୍ରୀ ସୁବିଧାରେ ଶିକ୍ଷାଲାଭ କରିପାରୁଥିବାରୁ ଶ୍ରୀ ଦାସବର୍ମା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ଏହା ପରେ ଅନୁଷ୍ଠାନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ କୃଷ୍ଣ ପ୍ରସାଦ ବ୍ଲକ ଅଧ୍ୟକ୍ଷା ସରୋଜିନୀ ତରେଇ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ବିଜୁ ପଟ୍ଟନାୟକ ଶିଳ୍ପତାଲିମ କେନ୍ଦ୍ର ପ୍ରତିଷ୍ଠାନର ପ୍ରିନ୍ସପାଲ ପ୍ରିୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *