ବିଜେଡିର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ଭୋଟରଙ୍କୁ କଲେ ନିବେଦନ

Spread the love

ପୁରୀ, (ନାଗରାଜ ନ୍ୟୁଜ): ଆଜି ପୁରୀରେ ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ବିରାଟ ପଟୁଆରରେ ନିଜ ପ୍ରାର୍ଥୀଙ୍କୁ ଧରି ପ୍ରଚାର କରିଛନ୍ତି ।  ଆଜି ପୁରୀ ସଦର ନିର୍ବାଚନ ମଣ୍ଡଳୀର ତଳଜଙ୍ଗ ଗ୍ରାମପଞ୍ଚାୟତରେ ସମିତିସଭ୍ୟ ପ୍ରାର୍ଥୀନୀ ଶ୍ରୀମତୀ ରେଣୁକା ପରିଡାଙ୍କ ସହିତ ରାଜ୍ୟ ବିଜୁ ଜନତା ଦଳର ଉପସଭାପତି  ଶୁଭାଶିଷ ଖୁଣ୍ଟିଆ ଶହ ଶହ ଲୋକଙ୍କ ପଟୁଆରରେ ତଳଜଙ୍ଗ ଗ୍ରାମପଞ୍ଚାୟତ ପାଦରେ ଚାଲି ଚାଲି ପ୍ରଚାର କରିବା ସହିତ ଏକ ବିରାଟ ଶଭାର ଆୟୋଜନ କରିଥିଲେ । ସେ ବିଜୁ ଜନତା ଦଳ ସମର୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇବାକୁ ଭୋଟର ମାନଙ୍କୁ ନିବେଦନ କରିଥିଲେ ।

Leave a Reply

Your email address will not be published. Required fields are marked *