ପୁରୀରେ ବିଜେଡିର ମିଶ୍ରଣ ପର୍ବ

Spread the love

ପୁରୀ, (ନାଗରାଜ ନ୍ୟୁଜ): ପଞ୍ଚାୟତ ନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେଡିର ଏକ ମିଶ୍ରଣ ପର୍ବ ପୁରୀ ହୋଟେଲ ହଲି ଡେ. ରେସର୍ଟରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବହୁ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା ବିଜେଡିରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ଯୋଜନା ବୋର୍ଡ ଉପାଧକ୍ଷ ସଞ୍ଜୟ ଦାସ ବର୍ମା ଓ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ସମସ୍ତଙ୍କୁ ଫୁଲମାଳ ଓ ଦଳୀୟ ଉତ୍ତରୀୟ ଦେଇ ସ୍ୱାଗତ କରିଛନ୍ତି । କଂଗ୍ରେସର ପିସିସି ସଦସ୍ୟ ତଥା କେନ୍ଦ୍ରୀୟ ମସ୍ତ୍ର୍ୟଜୀବୀ ସମବାୟ ସମିତିର ସଭାପତି କେଦାରନାଥ ଜେନା, କୃଷ୍ଣପ୍ରସାଦ ବ୍ଲକ ବିଜେପି ନେତା ସୁଦର୍ଶନ ଜେନା, ପଣସ ପଦା ପଞ୍ଚାୟତର ବିଜେପି ସଭାପତି ରବୀନ୍ଦ୍ର ପ୍ରଧାନ, ବିଜେପି ଯୁବ ନେତା ତାପସ ପ୍ରଧାନ, ଅରଖକୁଦା ପଞ୍ଚାୟତର ବିଜେପି ନେତା ଜଗନାଥ ବେହେରା ଓ କୈଳାସ ବେହେରାଙ୍କ ସମେତେ ଶତାଧିକ ନେତା ଓ କର୍ମୀ ଆଜି ବିଜେଡିରେ ଯୋଗଦେଇଛନ୍ତି ।

Leave a Reply

Your email address will not be published. Required fields are marked *